ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁରରେ ଗତକାଲି ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତ ଏବେ ସମସ୍ତଙ୍କର ଚିନ୍ତା ବଢ଼ାଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩ ଡାକ୍ତର ଏବଂ ୧୯ ଜଣ ନର୍ସ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି।

ଯାଜପୁରର ୫ କରୋନା ଆକ୍ରାନ୍ତ କିଛିଦିନ ତଳେ କୋଲକାତାରୁ ଆସିଥିଲେ। ସେମାନେ ଘରକୁ ଆସିବା ପରେ ନିକଟସ୍ଥ ଡାକ୍ତରଖାକୁ ଯାଇଥିଲେ। ସେଠାରେ ସେମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ଏମାନଙ୍କ ନମୁନା ପଜିଟିଭ୍‌ ଆସିଥିଲା।

ଏହି ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଏବଂ ପାରାମେଡିକ୍‌ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

coronaଡାକ୍ତର, ନର୍ସମାନଙ୍କୁ ଯାଜପୁରର କୋଭିଡ୍‌ ହସ୍ପିଟାଲରେ ରଖାଯାଇଛି। ଏମାନଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ଏହି ଡାକ୍ତର ଓ ନର୍ସଙ୍କ ପରିବାର ଲୋକଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ।

Comment