ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଯାଜପୁର ବଡ଼ଚଣାର ନିଲମ୍ଵିତ ଆଇଆଇସି ଦୀପକ ଜେନାଙ୍କ ନାଁରେ ପୁଣି ମାମଲା ରୁଜୁ ହୋଇଛି। ବଡ଼ଚଣା ଥାନାରେ ମାମଲା ରୁଜୁ କଲା ଯାଜପୁର ପୋଲିସ। ଆଇପିସି ଧାରା ୧୬୧, ୧୬୬/୧୬୬(ଏ)ରେ ମାମଲା ରୁଜୁ। ଆଇନ ଉଲ୍ଲଘଂନ ଓ ଘରୋଇ ଗାଡ଼ିରେ ପୋଲିସ ବତୀ ଲଗାଇବାରୁ ଏହି ମାମଲା ରୁଜୁ ହୋଇଛି।

ପୋଲିସ ମାମଲା କରିଥିବା ନେଇ ଏସ୍‌ପି ଟୁଇଟି ଯୋଗେ ସୂଚନା ଦେଇଛନ୍ତି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି। ଆଇନ ଉଲ୍ଲଘଂନ କରି ଶ୍ରୀମନ୍ଦିର ଦର୍ଶନ କରିଥିବାରୁ ସମ୍ପୃକ୍ତ ଆଇଆଇସିଙ୍କୁ ନିଲମ୍ଵନ କରି ଥିଲେ ପୋଲିସ ଡିଜି।

corona

କରୋନା ଯୋଗୁଁ ଶ୍ରୀମନ୍ଦିରରେ ପ୍ରବେଶ ଉପରେ ଲାଗିଛି କଟକଣା। ହେଲେ ଏହାକୁ ନମାନି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ଯାଜପୁର ବଡ଼ଚଣା ଆଇଆଇସି ଦୀପକ କୁମାର ଜେନା। କଡ଼ା କଟକଣା ଓ ସୁରକ୍ଷା ବ୍ୟବସ୍ଥାକୁ ଭଙ୍ଗ କରିଥିବାରୁ ସୋମବାର ତାଙ୍କ ନାଁରେ ପୁରୀ ସିଂହଦ୍ଵାର ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା।

ଆଇଆଇସି ଦୀପକ କୁମାର ଜେନା କେବଳ ଶ୍ରୀମନ୍ଦିର କଟକଣା ଭାଙ୍ଗି ନାହାନ୍ତି ସେ ପୁରୀରେ ପ୍ରବେଶ କରିବା ପାଇଁ ହଳଦିଆବତୀ ଗାଡ଼ିର ଅପବ୍ୟବହାର ମଧ୍ୟ କରିଛନ୍ତି। କଡ଼ା ପହରା ସତ୍ତ୍ଵେ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଦକ୍ଷିଣ ଦ୍ଵାରରେ ମୁତୟନ ପୋଲିସ ହାତରେ ଧରା ପଡ଼ିଥିଲେ।

Comment