ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣ ଭାରତରେ ଧୀର ମନ୍ଥର ଗତିରେ ଚାଲୁଥିବା ବେଳେ ଜୁନ-ଜୁଲାଇ ମାସରେ ହିଁ ଲୋକଙ୍କ ପ୍ରତିବଦ୍ଧତା କେତେ ଜଣାପଡ଼ିବ। ଏକଥା କହିଛନ୍ତି ଡକ୍ଟର ଭି କେ ପଲାପଲ ହେଉଛନ୍ତି ଏହିକ୍ଷଣି କରୋନା ମୁକାବିଲା କ୍ଷେତ୍ରରେ  ଭାରତର ଆଖି ଓ କାନ। ତାଙ୍କରି ପରାମର୍ଶରେ ହିଁ ସମସ୍ତେ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ଗୋଷ୍ଠୀକୁ ବି ସେ ହିଁ ପ୍ରଥମେ ସବୁ କଥା ଜଣାଇଥାନ୍ତି।

ଡକ୍ଟର ପଲଙ୍କ କହିବା ଅନୁଯାୟୀ, ଜୁନ ଓ ଜୁଲାଇ ମାସରେ ହିଁ ଜଣାପଡ଼ିବ କରୋନା ଭାଇରସ କେତେ ଦୂର ମାଡିଛି। ମେ’ ୩ ପରେ ଯେତେବେଳେ ଲକଡାଉନ ଉଠିବ ଓ ଲୋକେ ଅଧିକ ମିଳାମିଶା କରିବେ ସେତେବେଳେ ଯାଇ ସଂକ୍ରମଣର ଅସଲ ଚେହେରା ପଦାକୁ ଆସିବ। ଡକ୍ଟର ପଲ କହିଛନ୍ତି ଯେ, କରୋନା ସଂକ୍ରମଣ ହଠାତ ବନ୍ଦ ହେବ ନାହିଁ ଓ ଏହା କିଛି ମାସ ପର୍ଯ୍ୟନ୍ତ ଚାଲିବ।

ମେ’ ୩ ପରେ ଲକଡାଉନ ହଠାତ ଉଠିବ ତାର ସମ୍ଭାବନା ସେ ଦେଖୁନାହାନ୍ତି। ପର୍ଯ୍ୟାୟକ୍ରମେ, ଅନାବଶ୍ୟକତାକୁ ଦେଖି ଓ ଆଂଶିକ ଭାବରେ ଏହାକୁ ଉଠାଯିବ। ଦେଶରେ କରୋନା ପ୍ରଭାବର ପରିମାଣ ଲୋକଙ୍କ ଆଚରଣ ଉପରେ ନିର୍ଭର କରିବ ବୋଲି ସେ ପ୍ରକାଶ କରିଛନ୍ତି।

କରୋନା ପାଇଁ ଟୀକା ଉଦ୍ଭାବନ କ୍ଷେତ୍ରରେ ଭାରତ ଆଦୌ ପଛରେ ନାହିଁ ଓ ଏକ ଟାସ୍କଫୋର୍ସ ଏହି କାମରେ ଲାଗିଛି ବୋଲି ସେ କହିଛନ୍ତି।

Comment