ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ମନୋଜ ବାଜପେୟୀ ଆଜି ୫୦ ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା ୧୯୬୯ରେ ବିହାରରେ ଜନ୍ମ ହୋଇଥିବା ମନୋଜଙ୍କ ସଫଳତା ଓ ସଂଘର୍ଷର କାହାଣୀ।

ମନୋଜ ବାଜପେୟୀ ‘ସତ୍ୟା’ ଏବଂ ‘ଗ୍ୟାଙ୍ଗସ୍ ଅଫ୍ ୱାସିପୁର’ ଭଳି ଅନେକ ଶ୍ରେଷ୍ଠ ଫିଲ୍ମରେ ନିଜର ଅଭିନୟ ଛାପ ଛାଡିଛନ୍ତି। ୧୯୯୪ରେ ମନୋଜ ଫିଲ୍ମ ‘ଦ୍ରୋହକାଲ’ରେ ଏକ ଛୋଟ ଚରିତ୍ରରେ ଅଭିନୟ କରି ଫିଲ୍ମ ଜଗତରେ ପ୍ରବେଶ କରିଥିଲେ। ଆଜି ମନୋଜ ବଲିଉଡରେ ଜଣେ ସଫଳ ଅଭିନେତା। କିନ୍ତୁ ଏହି ସଫଳତା ପାଇବା ତାଙ୍କ ପାଇଁ ସହଜ ନଥିଲା। କାରଣ ନିଜ ଅଭିନୟ ଯାତ୍ରା ଆରମ୍ଭ କରିବା ପୂର୍ବରୁ ମନୋଜ ୩ ଥର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ରିଜେକ୍ଟ ହୋଇଥିଲେ। ତିନି ତିନି ଥର ରିଜେକ୍ଟ ହେବା ପରେ ସେ ଆତ୍ମହତ୍ୟା କରିବାକୁ ଭାବିଥିଲେ।

୨୦୧୩ ରେ ଦେଇଥିବା ଏକ ସାକ୍ଷାତକାରରେ ମନୋଜ ତାଙ୍କ ସଂଘର୍ଷ ବିଷୟରେ କହିଥିଲେ। ସେ କହିଥିଲେ ଯେ ସେ ପିଲାଦିନରୁ ଅଭିନେତା ହେବାକୁ ଚାହୁଁଥିଲେ। ଅଭିନୟ ପାଇଁ ଦେଖିଥିବା ସ୍ୱପ୍ନକୁ ପୂରା କରିବା ପାଇଁ ସେ ୧୭ ବର୍ଷ ବୟସରେ ବିହାରର ଦିଲ୍ଲୀରେ ପହଞ୍ଚିଥିଲେ।

ମନୋଜ ଅଭିନେତା ଓମ ପୁରୀ ଏବଂ ନାସିରୁଦ୍ଦିନ ଶାହାଙ୍କ ସାକ୍ଷାତକାରରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି) ବିଷୟରେ ଶୁଣିଥିଲେ। ଏହା ପରେ ସେ ଏଠାରେ ଆଡମିସନ ନେବାକୁ ଚିନ୍ତା କରିଥିଲେ।

ଏନ୍‌ଏସ୍‌ଡିରେ ଆଡମିସନ ପାଇଁ ମନୋଜ ଫର୍ମ ପୂରଣ କରିଥିଲେ। କିନ୍ତୁ କିଛି କାରଣରୁ ତାଙ୍କୁ ତିନିଥର ରିଜେକ୍ଟ କରାଯାଇଥିଲା ଯେତେବେଳେ ତାଙ୍କୁ ରିଜେକ୍ଟ କରାଯାଇଥିଲା, ସେତେବେଳେ ତାଙ୍କର ସ୍ୱପ୍ନ ଭାଙ୍ଗି ଯାଇଥିଲା। ଏହା ପରେ ସେ ଆତ୍ମହତ୍ୟା କରିବାକୁ ଯାଉଥିଲେ। ତା’ପରେ ମନୋଜଙ୍କ ସାଙ୍ଗମାନେ ଦିନରାତି ତାଙ୍କ ସହିତ ରହି ତାଙ୍କର ଯତ୍ନ ନେଇଥିଲେ।

ମନୋଜ ଅଭିନେତା ରଘୁବୀର ଯାଦବଙ୍କ ନିର୍ଦ୍ଦେଶରେ ବୈରୀ ଜନ୍‌ଙ୍କ ଓ୍ୱର୍କସପ୍‌ରେ ଯୋଗ ଦେଇଥିଲେ। ମନୋଜଙ୍କ ଅଭିନୟ ରେ ଖୁସି ହୋଇ ବୈରୀ ତାଙ୍କୁ ତାଙ୍କ ଆସିଷ୍ଟାଣ୍ଟ କରିନେଇଥିଲେ। କିଛି ବର୍ଷ ଅଭିନୟ ଶିଖିବା ପରେ ମନୋଜ ପୁଣି ଏନ୍‌ଏସ୍‌ଡିରେ ଆବେଦନ କରିଥିଲେ। କିନ୍ତୁ ଏଥର ତାଙ୍କୁ ଶଖିବ ଅଭିନୟ ଶିଖାଇବାର ଅଫର ମିଳିଲା।

ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାକୁ ମନୋଜଙ୍କୁ ଦୀର୍ଘ ସମୟ ସଂଘର୍ଷ କରିବାକୁ ପଡିଲା। ବର୍ତ୍ତମାନ ମନୋଜଙ୍କ ନାମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ରହିଛି।

Comment