ଓଡ଼ିଶାଲାଇଭ୍‌ ବ୍ୟୁରୋ

୩ ଜିଲ୍ଲା ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର ୬୦ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ୨୩ ତାରିଖ ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏଁ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଏହି ସଟ୍‌ଡାଉନ୍‌ ବେଳେ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ରହିବ ସେନେଇ ଏସ୍‌ଆର୍‌ସି ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି।

କ’ଣ ହେବ ବନ୍ଦ

  • ସବୁ ଦୋକାନ ବଜାର ବନ୍ଦ ରହିବ।
  • ପରିବା, ଗ୍ରୋସରୀ ଦୋକାନ ବନ୍ଦ ରହିବ।
  • ୬୦ ଘଣ୍ଟା ଯାଏଁ ଲୋକେ ଘରୁ ବାହାରି ପାରିବେ ନାହିଁ।
  • ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ।
  • ଏହି ତିନି ଜିଲ୍ଲାରେ ଏକ ପ୍ରକାର କର୍ଫ୍ୟୁ।

କ’ଣ ଖୋଲା ରହିବ

  • ଟେଲିକମ୍‌, ଇଲେଟ୍ରୋନିକ୍ସ, ଆଇଟି ସେକ୍ଟର ଖୋଲା ରହିବ।
  • ହସ୍ପିଟାଲ, ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ସେବା କଟକଣାମୁକ୍ତ।
  • ଜଳଯୋଗାଣ, ପରିମଳ, ସ୍ୱେରେଜ, ବିଦ୍ୟୁତ ଯୋଗାଣ ଜାରି ରହିବ।
  • ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ ପେଟ୍ରୋଲ ଟାଙ୍କି, ଔଷଧ ଦୋକାନ ଖୋଲା ରହିବ।
  • ମାଲ ପରିବହନ ପାଇଁ ରେଲୱେ ଓ ବନ୍ଦର ଖୋଲା ରହିବ।

Comment