ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍ ବିସ୍ତାରକୁ ଦୃଷ୍ଟିରେ ଦେଖି ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଘରେ ରହିବାକୁ ଗୁଗଲ ଡୁଡଲ ପ୍ରସ୍ତୁତ କରି ପରାମର୍ଶ ଦେଇଛି।

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ଜୋରଦାର ପ୍ରୟାସ ଚାଲିଛି। ଦେଶରେ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି। ଘରୁ ନାବହାରିବା ପାଇଁ ପରାମର୍ଶ ଦିଆଯାଉଛି।  କଡ଼ା ପଦକ୍ଷେପ ସତ୍ତ୍ୱେ କିଛି ଅମାନିଆ ଲୋକ ଘରୁ ବାହାରୁଛନ୍ତି।

ଏହି ସମୟରେ ଲୋକେ ଘରେ ରହନ୍ତୁ ଓ ଜୀବନ ବଞ୍ଚାନ୍ତୁ ବୋଲି ଗୁଗୁଲ ପରାମର୍ଶ ଦେଇଛି। ଗୁରୁବାର ଗୁଗଲ ଏକ ସ୍ୱତନ୍ତ୍ର ଡୁଡଲ ପ୍ରସ୍ତୁତ କରି ଏହି ବାର୍ତ୍ତା ଦେଇଛି।

ଗୁଗୁଲର ଏହି ଡୁଡଲ୍‌ରେ ସରକାରଙ୍କ ନିର୍ଦ୍ଦେଶ ଦେଖାଯାଇଛି। ଏଥିରେ ସାମାଜିକ ଦୂରତା, ହାତ ଧୋଇବା, ଅସୁସ୍ଥତା ସମୟରେ ହେଲ୍ପଲାଇନକୁ ଡାକିବା, କାଶିବା ବା ଛିଙ୍କିବି ସମୟରେ ମୁହଁ ଘୋଡ଼ାଇବା ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଛି। ଆପଣ ଏହି ଡୁଡଲ ଉପରେ କ୍ଲିକ କଲେ କରୋନା ପରାମର୍ଶ ପାଇପାରିବେ।

Comment