ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତା ଋଷି କପୁରଙ୍କ ପରଲୋକ ଘଟଛି। ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟଛି।

ବୁଧବାର ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରେ ତାଙ୍କୁ ନିଶ୍ୱାସ ନେବାରେ ବଡ଼ କଷ୍ଟ ଅନୁଭବ ହେଉଥିଲା। ଏହିପରି ଭାବେ ଗୁରୁବାର ତାଙ୍କର ୬୭ ବର୍ଷ ବୟସରେ ପରଲୋକ ଘଟଛି।

ଏନେଇ ଋଷି କପୁରଙ୍କ ଭାଇ ରଣଧୀର କପୁର ପ୍ରଥମେ ସୂଚନା ଦେଇଥିଲେ। ମୃତ୍ୟୁବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ ନୀତୁ ସିଂହ, ଭାଇ ରଣଧୀର କପୁରଙ୍କ ସହିତ ପରିବାରର ଅନ୍ୟ ସମସ୍ତ ଲୋକମାନେ ଉପସ୍ଥିତ ଥିଲେ। ଅନ୍ୟପଟେ ଋଷି କପୁରଙ୍କ ମୃତ୍ୟୁପରେ ବଲିଉଡ କଳାକାରମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି। ଅମିତାଭ ବଚ୍ଚନ ଟୁଇଟ କରି ନିଜର ଗଭୀର ଶୋକ ପ୍ରକାଶ କରିଛନ୍ତି।

ବୁଧବାର ବଲିଉଡ୍ ଅଭିନେତା ଇରଫାନ୍ ଖାନଙ୍କର ପରଲୋକ ଘଟିଥିଲା। ଏହାର ୨୪ ଘଣ୍ଟା ନପୁରୁଣୁ ଗୁରୁବାର ଋଷି କପୁରଙ୍କ ପରଲୋକ ବଲିଉଡକୁ ଆଉ ଏକ କ୍ଷତି ପହଞ୍ଚାଇଛି।

Comment