ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ ଶେଷ ହେବା ପରେ ଓଲା ଏବଂ ଉବର ଆଦି ଟାକ୍ସି ଏଗ୍ରୀଗେଟର ଅଥବା ପରମ୍ପରାଗତ ହଳଦିଆ କଳା ରଙ୍ଗର ଟ୍ୟାକ୍ସିକୁ ଲୋକେ ଆଉ ପସନ୍ଦ କରିବେ ନାହିଁ। କୋଭିଡ- ୧୯ ସଂକ୍ରମଣର ଭୟ ଯୋଗୁଁ ଏଣିକି ଲୋକେ ନିଜ ଗାଡ଼ିରେ ଯିବା ଆସିବା ପସନ୍ଦ କରିବେ ବୋଲି ଏକ ରିପୋର୍ଟରୁ ଜଣାପଡିଛି। ଏକ ଷ୍ଟାର୍ଟଅପ ସଂସ୍ଥା cars ୨୪ ପକ୍ଷରୁ ଏହି ସର୍ଭେ କରାଯାଇଥିଲା।

ରିପୋର୍ଟରେ କୁହାଯାଇଛି ଯେ ଲକଡାଉନ ଉଠିବା ପରେ ଲୋକେ ଇନଫେକ୍ସନ ଓ ସୋସିଆଲ ଡ଼ିସଷ୍ଟ।ନସିଂ ଉପରେ ଅଧିକ ଧ୍ୟାନ ଦେବେ। ଏହି ସର୍ଭେରେ ଅଂଶ ଗ୍ରହଣ କରିଥିବା ୪୬ ପ୍ରତିଶତ ଲୋକ କହିଥିଲେ ଯେ ଭଡ଼ାରେ ଟ୍ୟାକ୍ସି ମଗାଇବା ଅପେକ୍ଷା ସେମାନେ ନିଜ ନିଜର ଗାଡ଼ି ଚଳାଇବାକୁ ପସନ୍ଦ କରିବେ। ଏହା ଦ୍ୱାରା ନିଜକୁ ଓ ପରିବାରକୁ ସୁରକ୍ଷିତ ରଖାଯାଇପାରିବ। କିଛି ଲୋକ ନୂଆ କାର କିଣିବେ ବୋଲି କହିଥିବା ବେଳେ ଆଉ କିଛି ଲୋକ ପୁରୁଣା ଗାଡ଼ି କିଣିପାରନ୍ତି ବୋଲି ମତ ପ୍ରକାଶ କରିଛନ୍ତି।

ମେଟ୍ରୋ ସହରରେ ରହୁଥିବା ୪୨ ଭାଗ ଲୋକ କହିଛନ୍ତି ଯେ ଏବେ ଚାରି ଚକିଆ ଯାନ କିଣିବାର ସମୟ ଆସିଛି। ଏହି ସର୍ଭେରେ ଅଂଶ ଗ୍ରହଣ କରିଥିବା ୫୩ ଭାଗ ଲୋକ କହିଛନ୍ତି ଯେ ଆସନ୍ତା ୬ ମାସ ମଧ୍ୟରେ ସେମାନେ ନିଶ୍ଚିତ ଭାବରେ ଗାଡ଼ି କିଣୁଛନ୍ତି। ଆଗକୁ ଯେହେତୁ କରୋନା ଭାଇରସ ସହିତ ବଞ୍ଚିବାକୁ ହେବ ଲୋକଙ୍କ କେବଳ ଗୋଟିଏ ଚିନ୍ତା କେମିତି ନିଜେ ଓ ପରିବାରର ସଦସ୍ୟଙ୍କ ପାଇଁ  କୌଣସି ବିପତ୍ତି ଆସିବ ନାହିଁ।

ଏହି ସର୍ଭେରୁ ଆହୁରି ମଧ୍ୟ ଜଣାପଡିଛି ଯେ ଯେଉଁମାନେ କରୋନା ପୂର୍ବରୁ କ୍ୟାବରେ କିମ୍ବା ପବ୍ଲିକ ଟ୍ରାନ୍ସପୋର୍ଟରେ ଚାକିରୀ ସ୍ଥାନକୁ ଯାଉଥିଲେ ସେମାନେ ଆଉ ତାହା କରିବେ ନାହିଁ। ଆର୍ଥିକ ସ୍ଥିତିକୁ ଦେଖି କିଛି ଲୋକ କହିଛନ୍ତି ଯେ ସେମାନେ ଦୁଇ ଚକିଆ ଯାନ କିଣିବେ। car୨୪ ସଂସ୍ଥା ପକ୍ଷରୁ ୧୨ଟି ମେଟ୍ରୋ ସହର ଓ ୩୭ଟି ଅଣ ମେଟ୍ରୋ ସହରରେ ଏହି ସର୍ଭେ କରାଯାଇଥିଲା।

Comment