ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ଆଉ ୨ ସପ୍ତାହ ବଢ଼ିଲା ଲକ୍ଡାଉନ୍। ମେ’ ୪ରୁ ଲକ୍ଡାଉନ୍ କଟକଣା ହଟିବାର ଥିଲା। ହେଲେ କେନ୍ଦ୍ର ସରକାର ମେ’ ୧୭ ଯାଏଁ ଲକ୍ଡାଉନ୍ ଅବଧି ବଢ଼ାଇ ଦେଇଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି।
ଏହି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ ପାଇଁ କିଛି କଟକଣା କୋହଳ ହୋଇଥିବା ବେଳେ ଆଉ କିଛି କଟକଣା କଡ଼ାକଡ଼ି ହୋଇଛି।

- ବିମାନ, ରେଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ।
- ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ୍, ଜିମ୍, ମଲ୍ ବନ୍ଦ ରହିବ।
- ଧର୍ମାନୁଷ୍ଠାନଗୁଡ଼ିକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି।
- ରାତି ୭ଟାରୁ ସକାଳ ୭ଟା ମଧ୍ୟରେ ଲୋକଙ୍କ ଚଳପ୍ରଚଳକୁ ବାରଣ କରାଯାଇଛି।
- ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନରେ ଖୋଲିପାରିବ ମେଡିକାଲ ଓପିଡି।
- କଣ୍ଟେନମେଣ୍ଟ ଜୋନ୍ରେ ମେଡିକାଲ ଓପିଡି ଖୋଲିପାରିବ ନାହିଁ।
- ରେଡ୍ ଜୋନରେ ରିକ୍ସା, ଅଟୋ, ଟ୍ୟାକ୍ସି, କ୍ୟାବ୍ ଚାଲିପାରିବ ନାହିଁ।
- ରେଡ୍ ଜୋନରେ ବସ୍ ଚାଲିପାରିବ ନାହିଁ।
- ସେଲୁନ୍, ସ୍ପା ଖୋଲିବନି।
- ରେଡ୍ ଜୋନ୍ରେ ବାଇକରେ ପଛ ଆରୋହୀଙ୍କୁ ଅନୁମତି ନାହିଁ।
- ସପିଙ୍ଗ ମଲ୍, ମାର୍କେଟ ବିଲ୍ଡିଂ ଖୋଲିପାରିବ ନାହିଁ।
- ଗୋଟିକିଆ ଦୋକାନ, ଗଳି ଦୋକାନ ଖୋଲିପାରିବ।
- ପ୍ରାଇଭେଟ୍ ଅଫିସ୍ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ।
- ରେଡ୍ ଜୋନ୍ରେ ନିର୍ମାଣ କାର୍ଯ୍ୟ ଓ ମନରେଗା କାର୍ଯ୍ୟ ଚାଲିପାରିବ।
- ରେଡ୍ ଜୋନ୍ରେ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଅଫିସ ଚାଲିପାରିବ।
- ଅରେଞ୍ଜ ଜୋନ୍ରେ ଜଣେ ପାସେଞ୍ଜରଙ୍କୁ ନେଇ ଚାଲିପାରିବ କ୍ୟାବ୍।
- ଅରେଞ୍ଜ ଜୋନରେ ବାଇକ ପଛରେ ଜଣେ ଆରୋହୀଙ୍କୁ ଅନୁମତି ମିଳିପାରିବ।
- ଗ୍ରୀନ ଜୋନରେ ବସ୍ ଚାଲିବା ପାଇଁ ମିଳିଲା ଅନୁମତି।
- ଧାର୍ଯ୍ୟ ସିଟ୍ର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିପାରିବ ବସ୍।















