ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଭଲ ଖବର। ଏହି ଦୁଇଟି ଜିଲ୍ଲାରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଭଦ୍ରକୁ ୩ ଏବଂ ବାଲେଶ୍ୱରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଭଦ୍ରକରେ ୧୯ ଏବଂ ବାଲେଶ୍ୱରରୁ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଦୁଇଟି ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଥିଲା। କୋଳକାତା ଫେରନ୍ତାଙ୍କଠାରୁ ଏହି ଭାଇରସ୍‌ ଚିହ୍ନଟ ହୋଇଥିଲା। ପୂର୍ବରୁ ରାଜ୍ୟରେ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଆଜି ୪ ଜଣ ସୁସ୍ଥ ହେବା ପରେ ଏହି ସଂଖ୍ୟା ୬୦ରେ ପହଞ୍ଚିଛି।

Comment