ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ ଆରମ୍ଭ କରିଛି ନୂଆ ଫିଚର ‘ଲକଡାଉନ୍‌ ଡାଏରି’ – ପଢ଼ନ୍ତୁ ଲକ୍‌ଡାଉନ ଅନୁଭୂତି ବର୍ଣ୍ଣନା କରି କ’ଣ କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ।

‘‘ସମ୍ପୂର୍ଣ୍ଣ ଗୋଟିଏ ମାସ /୩୦ ଦିନ ଘର ଭିତରେ, ଚାରିକାନ୍ଥ ମଧ୍ୟରେ ରହିବା, ୨ଟି ସନ୍ତାନ ଓ ପତ୍ନୀ ସହ ମୋର ଏକ ନିଆରା ଅନୁଭୂତି। ପ୍ରଥମ ସପ୍ତାହ ଭାରିକଷ୍ଟ ହେଲା। ଡର ବଢ଼ିଲା, ନିଦ ହେଲା ନାହିଁ, ଅଣନିଃଶ୍ଵାସୀ ଭଳି ଲାଗୁଥିଲା। କିନ୍ତୁ ଟିଭି ନ୍ୟୁଜ, ପିଏମ୍‌, ସିଏମଙ୍କର ବାର୍ତ୍ତାରେ ମନବଳ ବଢ଼ିଲା। ପ୍ରଥମ ସପ୍ତାହ ରୁଟିନ୍ ନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦୈନନ୍ଦିନ ରୁଟିନ୍ କରିବାକୁ ପଡ଼ିଲା’’, କହିଛନ୍ତି ବାସୁଦେବ ମାଳବିଶୋଇ।

ସେ ଆହୁରି ମଧ୍ୟ କହିଛନ୍ତି,‘‘ ମୁଁ ୨୦ ମାର୍ଚ୍ଚରୁ ଘରେ ରହିବା ଆରମ୍ଭ କଲି। ଏହାର କାରଣ ହେଲା ମୋ ଅଫିସରେ ଭିଜିଟର୍ସ ଅଧିକା ହେଉଥିଲେ। ଏତିକି ବେଳକୁ ଗୋଟିଏ ପଜିଟିଭ୍‌ କେସ୍‌ ଭୁବନେଶ୍ଵରରେ ବାହାରି ସାରିଥିଲା। ମାର୍ଚ୍ଚ ୨୦ରୁ ଏପ୍ରିଲ୍ ୨୦ (୨୦୨୦) ପୂରା ଗୋଟିଏ ମାସ ଘରେ ରହିଲି। ୨୦ ଏପ୍ରିଲରୁ ଅଫିସ୍ ଯିବାକୁ ପଡ଼ୁଛି।”

କେମିତି କଟୁଥିଲା ନିତିଦିନିଆ ରୁଟିନ?

ସକାଳେ ଉଠି ୨ଟି ପୁଅ ସାଇ ଓ ଚାନ୍ଦ୍ର କଥା ବୁଝିଲି। ସେମାନଙ୍କର ନିତ୍ୟକର୍ମ, ଜଳଖିଆ, ହାତ ଧୋଇବା, ପାଣି ଠିକ୍‌ରେ ପିଇଲେ କି ନାହିଁ ସବୁ କାମ ମୁଁ ଦେଖିଲି। ମୁଁ ନିଜେ ୧ ଘଣ୍ଟା ପ୍ରତ୍ୟେକ ଦିନ ଯୋଗ ପ୍ରାଣାୟାମ କଲି। ନିୟମିତ ରାମାୟଣ ଦେଖିବା, ଲଞ୍ଚରେ ଗୋଟିଏ ମେନ୍ୟୁ ମୋତେ ପ୍ରସ୍ତୁତି କରିବାକୁ ଇଚ୍ଛା ହେଲା। ଗୋଟିଏ ତରକାରୀ/ଭଜା ଯାହାବି ହେଉ ସେଇଟା ମୁଁ କରୁଥିଲି।

ସମସ୍ତେ ୪ ଜଣ ତଳେ ବସି ଏକାବେଳେ ଖାଇବାକୁ ଭଲ ଲାଗିଲା। ଘରର ସଫାସଫିରେ ସହଯୋଗ କଲି। ମୋର ଯେତେ ଫଟୋ, ଟ୍ରଫି ଥିଲା ସେସବୁ ପୋଛା ପୋଛି କରି ସଫା କଲି।

ଲକଡାଉନରେ କ’ଣ ସ୍ପେଶାଲ ପ୍ରୋଜେକ୍ଟରେ କାମ କଲେ କି?

ମୁଁ ଜଣେ ସଙ୍ଗୀତପ୍ରିୟ ଲୋକ ଓ ମୋର ନିଜର କିଛି ଭଜନ ଅଛି। ତାକୁ ସୋସିଆଲ ମିଡିଆରେ ପୋଷ୍ଟ କଲି। ସେଗୁଡ଼ିକ ବହୁତ ପପୁଲାର ହେଲା। କରୋନା (କୋଭିଡ୍ -୧୯)ର ସଚେତନତା ଉପରେ  ନିଜେ ଗାଇଲି ଓ ସୋସିଆଲ୍ ମିଡିଆରେ ପୋଷ୍ଟ କଲି। କିଛି ଗୀତ ମଧ୍ୟ ନିଜେ ଲେଖିଛି। ମୋର ସୋସିଆଲ୍ ମିଡିଆ ଫ୍ରେଣ୍ଡସଙ୍କ ପାଇଁ ମଝିରେ ମଝିରେ ଲାଇଭ୍ ଗୀତ ଗାଇ ପୋଷ୍ଟ କରିବାକୁ ଭଲ ଲାଗିଲା ଓ ସେମାନଙ୍କର ମଧ୍ୟ ମନୋରଞ୍ଜନ ହେଲା।

ଲକଡାଉନ୍‌ରେ ଅଧିକ ଲୋକପ୍ରୀୟ ହୋଇଥିବା ମୋ ନିଜର କିଛି ଭଜନର ନାମ ହେଲା – ମାଧବରେ ମାଧବ, ସଞ୍ଜ ସକାଳେ, ଆକାଶ କାଳିରେ ବରଷା ଝରେ, ନିତି ଖରାରେ ଗାଈ ଚରେଇ, ରେ ମୁଢ଼ ମନ,  ମୁଁ ଯାଉଛି ପୁରୀ, ମୋର ଓଡ଼ିଶା ମାଟିରେ ଘର ଇତ୍ୟାଦି।

ସଚେତନ ଗୀତ (କରୋନା ଉପରେ) ଅଧିକ ଲୋକପ୍ରିୟ ହେଲା – କରୋନା ତୁ ଡରାନା ଓ  ଭଜନ ଆମକୁ ଶକ୍ତି ଦିଅ ଜଗନ୍ନାଥ ଇତ୍ୟାଦି।

ଲକଡାଉନରେ ମେଡିସନ ଖାଇବା କମ୍‌ ହେଲା

ଲକଡାଉନରେ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ମୋର ସୁଗାର ଲେଭଲ୍‌ ନର୍ମାଲl ହେଲା। ମେଡିସିନ କମିଗଲା। ଏବେ ସୁଗାର ମେଡିସିନ୍ ଓ୍ୱାନ୍ ଟାଇମ୍ ଲୋ ଡୋଜ୍ ର ଖାଉଛି। ଦ୍ୱିତୀୟ କଥା ହେଲା ମୋର ପତ୍ନୀର ଏହି ସମୟରେ ଅଧିକ ଖୁସି ଦେଖିଲି। ଛୋଟ ପୁଅ ସାଇର ମୋ ଉପରେ ପୂରା ନିର୍ଭର ହୋଇଗଲା।  ମୋ ହାତରେ ଖାଇଲା, ମୋ ପାଖରେ ସବୁବେଳେ ରହିଲା। କିଛି ସମୟ ଏମାନଙ୍କର ପଢ଼ାପଢ଼ି ଦେଖିଲି।

ମୋ ଘର ଏବେ ବହୁତ ସଫାସଫି ଦେଖାଯାଉଛି। ବଡ଼ ପୁଅ କହୁଛି ବାବା ଲକଡାଉନ୍ ହେଲା ଭଲ ହେଲା। ତମେ ଆଉ କିଛି କରୁନ, ଘରେ ରହୁଛ, ଆମ କଥା ବୁଝୁଛ – ଭଲ ଲାଗୁଛି। ଏହାର ଅର୍ଥ ହେଲା ଅଫିସ୍ ଡ୍ୟୁଟିରେ ସକାଳ ୧୦ଟାରୁ ପ୍ରାୟ ୭ଟା  ସନ୍ଧ୍ୟାରେ ଫେରିବା ଯୋଗୁଁ ସେମାନଙ୍କୁ ଅଧିକ ସମୟ ଦେବା ସମ୍ଭବ ହେଉନଥିଲା। ଏବେ ସାନ ପୁଅ କହୁଛି ବାବା ହାତ ଧୁଅ। ଏହିଭଳି ଅନେକ ମଜାକଥା ଆଣିଦେଇଛି ଲକ୍ ଡାଉନ୍।

ଶେଷରେ ସମସ୍ତଙ୍କୁ ଗୋଟିଏ କଥା କହିବି ଆସନ୍ତୁ ସଭିଏଁ ମିଳିମିଶି ଲକଡାଉନକୁ ଖୁସିରେ ନେବା କରୋନାକୁ ଦୂରେଇ ଦେବା।

Comment