ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ଏବଂ ଏହାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ରାଜ୍ୟରେ କରୋନା ନମୁନା ପରୀକ୍ଷା କେମିତି ଅଧିକ କରାଯିବ ସେନେଇ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ

ଦୈନିକ ୧୫ ହଜାର ନମୁନା ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ବର୍ତ୍ତମାନସୁଦ୍ଧା ଦୈନିକ ୩୫୦୦ ନମୁନା ପରୀକ୍ଷା କରାଯାଉଛି। ଆଗାମୀ ଦିନରେ ବାରିପଦା, ବାଲେଶ୍ୱର, କୋରାପୁଟ, ବଲାଙ୍ଗିରରେ ମଧ୍ୟ ଟେଷ୍ଟିଂ ବ୍ୟବସ୍ଥା କରାଯିବ।

ବର୍ତ୍ତମାନସୁଦ୍ଧା ରାଜ୍ୟରେ ୪୬ ହଜାର ଟେଷ୍ଟିଂ ହୋଇଥିବା ବେଳେ ସେଥିରୁ ୧୭୦ ପଜିଟିଭ୍‌ ବାହାରିଛି। ଏହାସହ ସୁରତରୁ ଯେଉଁମାନେ ଆସୁଛନ୍ତି ସେମାନେ ଟ୍ରେନ୍‌ରେ ଆସିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତି।

ବର୍ତ୍ତମାନ ରାଜ୍ୟର ୧୬ ଜିଲ୍ଲାରେ କରୋନା ସଂକ୍ରମଣ ରହିଛି। ୬୨ଟି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ସେଥିମଧ୍ୟରୁ ୪୭ଟି ସକ୍ରିୟ ଜୋନ୍‌ ରହିଛି। ସଂକ୍ରମିତ ଅଞ୍ଚଳରୁ ସଂଗୃହିତ ୬ ହଜାର ୩୭୬ ନମୁନା ମଧ୍ୟରୁ ୧୩୬ଟି ପଜିଟିଭ୍‌ କେସ୍‌ ବାହାରିଥିଲା।

Comment