ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୁଦ୍ଧରେ ଯଥା ସମ୍ଭବ ଦେଶକୁ ସମର୍ଥନ କରୁଛନ୍ତି ବଲିଉଡ ସେଲିବ୍ରିଟି। ପିଏମ୍‌ କେୟାର ଫଣ୍ଡଠାରୁ ଅନେକ ଅନୁଷ୍ଠାନ ଯାଏଁ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସହାୟତା ଯୋଗାଉଛନ୍ତି ସେଲିବ୍ରିଟି। ଏହା ବ୍ୟତୀତ ଗରିବ ଲୋକଙ୍କୁ ରାସନ ବଣ୍ଟନ ମଧ୍ୟ କରୁଛନ୍ତି। ଏହି ସମୟରେ ଅଭିନେତା ଫରହାନ ଅଖତର ସ୍ୱାସ୍ଥ୍ୟ କର୍ମୀଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୧ ହଜାର ପିପିଇ କିଟ ( ବ୍ୟକ୍ତିଗତ ସୁରକ୍ଷା ଉପକରଣ) ଦେବାକୁ ସେ ଗୁରୁବାର ଟୁଇଟ କରି ଘୋଷଣା କରିଛନ୍ତି। ଏହା ସହିତ କୋଭିଡ -୧୯  ବିରୋଧରେ ଲଢେଇକୁ ସହଜ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଫରହାନ୍ କ୍ରମାଗତ ଭାବରେ ଲୋକଙ୍କୁ କରୋନା ବିଷୟରେ ଅବଗତ କରାଉଛନ୍ତି।  ନିକଟରେ ସେ ଇନଷ୍ଟାଗ୍ରାମରେ ଏକ କରୋନା ସଚେତନତା କବିତା ସେୟାର କରିଥିଲେ।

Comment