ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଙ୍କଟ ମଧ୍ୟରେ ଆଜି ପୁଣି ଦେଶବାସୀଙ୍କୁ ସମ୍ଵୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାତି ୮ଟାରେ ସେ ଏହି ସମ୍ଵୋଧନ କରିବେ। ଏନେଇ ପିଏମ୍‌ଓ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ସନ୍ଦେଶ ଦେବାର ସମ୍ଭାବନା ରହିଛି।

ଏହାସହ ଲକ୍‌ଡାଉନ୍‌କୁ ନେଇ ବଡ଼ ଘୋଷଣା ମଧ୍ୟ କରାଯିବାର ସମ୍ଭାବନା ରହିଛି। ମେ’ ୧୭ ତାରିଖରେ ଲକ୍‌ଡାଉନ୍‌ ସରୁଥିବାରୁ ମୋଦୀ ପୁଣି ଲକ୍‌ଡାଉନ୍‌କୁ ବଢ଼ାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ଏଥିସହ ପ୍ରବାସୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଉପରେ ମଧ୍ୟ ଆଲୋଚନା କରିପାରନ୍ତି। ଏହା ବ୍ୟତୀତ ସାମାଜିକ ଦୂରତା ପାଇଁ ଲୋକଙ୍କୁ ମଧ୍ୟ ନିବେଦନ କରିବେ ବୋଲି କୁହାଯାଉଛି।

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ଏବଂ ଲକ୍‌ଡାଉନ୍ ସମ୍ପର୍କରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି। ଏହି ସମୟ ମଧ୍ୟରେ ଅନେକ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ବଢ଼ାଇବାକୁ ପରାମର୍ଶ ଦେଇଥିଲେ।

Comment