ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସହ କିଛି ଦିନ ସହ କିଛି ଦିନ ସଂଘର୍ଷ କରି କରୋନାକୁ ଜିତିଛନ୍ତି ୧୧୩ ବର୍ଷୀୟା ସ୍ପେନର ଜଣେ ବୃଦ୍ଧା।

ବୟସ ୧୧୩। ନାଁ ତାଙ୍କର ମୋରିୟା ବ୍ରାଇନ୍ସ। ସ୍ପେନର ଏହି ବୃଦ୍ଧା ନିଜକୁ ଆଇସୋଲେଟ କରି କରୋନାକୁ ଜିତିଛନ୍ତି। ସବୁଠୁ ଅଧିକ ବୟସରେ ସେ କରୋନାକୁ ହରାଇ ସାରାବିଶ୍ୱରେ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ହଲାଣ୍ଡର କର୍ଣ୍ଣେଲିଆ ରାସଙ୍କ ନାଁରେ ଥିଲା । ସେ ୧୦୭ ବର୍ଷ ବୟସରେ କରୋନାକୁ ହରାଇ ସୁସ୍ଥ ହୋଇଥିଲେ।

ଆମେରିକାରେ ଜନ୍ମିତ ମୋରିୟା ସ୍ପେନର ଓଲଟ ସହରରେ ଗତ ୨୦ ବର୍ଷ ହେଲା ରହୁଛନ୍ତି। ଏପ୍ରିଲ ମାସରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏ କଥା ଜାଣିବା ପରେ କିଛି ସପ୍ତାହ ସେ ନିଜକୁ ଆଇସେଲେଟ କରି ରଖିଥିଲେ। ଆବଶ୍ୟକ ସ୍ଥଳେ ସେ ଡାକ୍ତରଙ୍କ ପରାମର୍ଶ ନେଉଥିଲେ। ଏବେ କିନ୍ତୁ ସେ କରୋନା ମୁକ୍ତ। ଗତ ସପ୍ତାହରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ତାଙ୍କ ନାତୁଣୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପେନରେ ୨,୬୮,୧୪୩ ମାମଲା ରିପୋର୍ଟ ହୋଇଥିବାବେଳେ ୨୬, ୭୪୪ ଜଣଙ୍କର ମୃତ୍ୟୁ ଘଟିଛି। ଏବେ କିନ୍ତୁ ସ୍ପେନରେ କରୋନା ନିୟନ୍ତ୍ରଣକୁ ଆସିଛି।

LEAVE A REPLY

Please enter your comment!
Please enter your name here