ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକଡାଉନରେ ଦର୍ଶକମାନଙ୍କୁ ମନୋରଞ୍ଜନ ଯୋଗାଇବା ପାଇଁ ବହୁ ଉପାୟ କରୁଛନ୍ତି ବଲିଉଡ ସେଲିବ୍ରିଟି। ଏହାରି ମଧ୍ୟରେ ଉର୍ବଶୀ ଏକ ନୂଆ ପଦକ୍ଷେପ ନେଇଛନ୍ତି। ଉର୍ବଶୀ ରାଉତେଲା ଲକ୍‌ଡାଉନ୍‌ ଭିତରେ ତାଙ୍କ ପ୍ରଶଂସକଙ୍କୁ ଏକ ଓ୍ୱାର୍କଆଉଟ ଚାଲେଞ୍ଜ ଦେଇଛନ୍ତି।

ଉର୍ବଶୀ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏହି ଚ୍ୟାଲେଞ୍ଜ ବିଷୟରେ କହିଛନ୍ତି।

ଏହା ପୂର୍ବରୁ କରୋନା ମହାମାରୀ ପାଇଁ ୫ କୋଟି ଟଙ୍କା ଦାନ କରି ଚର୍ଚ୍ଚାରେ ଥିଲେ ଉର୍ବଶୀ। ସେହି ଟଙ୍କା ସେ ଅନଲାଇନ ଡ୍ୟାନ୍ସ କ୍ଲାସରୁ ରୋଜଗାର କରିଥିଲେ। ଉର୍ବଶୀ ଡ୍ୟାନ୍ସ ମାଷ୍ଟର ଏକ ଅନଲାଇନ ଡ୍ୟାନ୍ସ କ୍ଲାସ ଆରମ୍ଭ କରିଥିଲେ। ଯେଉଁଥିରେ ସେ ଲୋକଙ୍କୁ ଜୁମ୍ବୋ, ତବାଟା, ଲାଟିନ୍‌ ଡ୍ୟାନ୍ସ ଶିକ୍ଷା ଦେଇଥିଲେ।

Comment