ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ ): ଖୋର୍ଦ୍ଧା ଆଦର୍ଶ ଥାନା ଅଧିନସ୍ଥ ଅର୍ଜୁନପୁର ଗ୍ରାମ ନିକଟ କାଜୁ ଜଙ୍ଗଲରେ ଗତକାଲି କେତେକ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଜଣାଯାଇଛି। ବୋମାମାଡରେ ୨ କାଜୁ ବଗିଚା ଜଗୁଆଳି ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କାଜୁ ବଗିଚାରେ ପହଞ୍ଚି ପାଟିତୁଣ୍ଡ କରୁଥିଲେ। ପାଟି ଶୁଣି କାଜୁ ବଗିଚାର ୨ ଜଗୁଆଳି କ୍ୟାମ୍ପ ବାହାରକୁ ଆସିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବୋମାମାଡ଼ କରିଥିଲେ। ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଜଗୁଆଳିଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି। ବୋମାମାଡ଼ରେ ଜଗୁଆଳିମାନଙ୍କ ଶରୀରର ଅଧିକାଂଶ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।

Comment