ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଜିଲ୍ଲା ବାଙ୍କୀ ବ୍ଲକର ଘୋଡ଼ାବର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତୁମୁଳ କାଣ୍ଡ ଘଟିଛି। ଦୁଇ ଗୋଷ୍ଠୀ ଭିତରେ ଲାଗି ରହିଥିବା ବିବାଦ ଆଜି ଉଗ୍ରରୂପ ଧାରଣ କରିଛି। ଗୋଟିଏ ଗୋଷ୍ଠୀର କିଛି ଲୋକ ସ୍ଥାନୀୟ କ୍ଲବ ଘରେ ତାସ ଖେଳୁଥିବା ବେଳେ ଅପରପକ୍ଷ ଗୋଷ୍ଠୀ ବୋମା ଫିଙ୍ଗିଥିଲେ। ଫଳରେ କ୍ଲବ ଘରର ଛାତ ଭୁଶୁଡ଼ିଥିଲା।

ଛାତ ତଳେ ତାସ ଖେଳୁଥିବା ଲୋକ ଚାପି ହୋଇ ରହିଯାଇଥିଲେ। ସେମାନଙ୍କ ଭିତରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ସୁବ୍ରତ ନାୟକ ଏବଂ ମାନସ ନାୟକ। ଗୁରୁତର ପରମାନନ୍ଦ ପରିଡ଼ାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଖବରପାଇ ବାଙ୍କୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୋଲିସ ମୁତୟନ କରାଯାଇଛି।

Comment