ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନ ଯେତିକି ନିକଟତର ହେଉଛି ଭୟ ସେତିକି ବଢୁଛି। ବର୍ଷା ଓ ପବନର ପରିମାଣ ମଧ୍ୟ ବଢ଼ି ଚାଲିଛି। ଗତକାଲି ରାତିରୁ ଆଜି ସକାଳ ଯାଏଁ ପାରାଦୀପରେ ବର୍ଷା ଓ ପବନର ପରିମାଣ ଅଧିକ ଥିଲା। ଦିନ ୧୦ଟା ପରେ ପାରାଦୀପରେ ବର୍ଷା, ପବନ କମିଥିବା ବେଳେ ବାଲେଶ୍ୱରରେ ବଢ଼ିଛି। ଫଳରେ ଦୀଘାରେ ସମୁଦ୍ର କୂଳ ଲଙ୍ଘିଛି।

ସମୁଦ୍ର ପାଣି ପାଦଚଲା ରାସ୍ତାକୁ ମାଡ଼ିଛି। ସମୁଦ୍ର ଜୁଆର ୬ରୁ ୮ ମିଟର ଥିବା କୁହାଯାଉଛି। ଦୀଘା ଅଞ୍ଚଳରେ ପବନର ବେଗ ମଧ୍ୟ ବଢ଼ିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଲୋକଙ୍କ ମନରେ ଛନକା ପଶିଛି। ଏଠାକାର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ। କିଛି ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

ଆଜି ଅପରାହ୍‌ଣ ୪ଟାରୁ ସାଢ଼େ ୪ଟା ଭିତରେ ଭିତରେ ବାତ୍ୟା ଭୋଗରାଇ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comment