ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତଦିନେ ପାଦର ଯତ୍ନ ନେବା ସହଜ ହୋଇଥାଏ କାରଣ ଅଧିକାଂଶ ଲୋକ ଏହି ସମୟରେ ପାଦକୁ କଭର ରଖିଲା ଭଳି ଜୋତା ପିନ୍ଧିଥାନ୍ତି। ଯାହାଫଳରେ ପାଦ ସୁରକ୍ଷିତ ରହିଥାଏ। କିନ୍ତୁ ଖରାଦିନେ ପାଦ ପ୍ରତି ଏତେ କେହି ଦୃଷ୍ଟି ଦିଅନ୍ତି ନାହିଁ। ଯାହାଫଳରେ ପାଦ ଶୁଷ୍କ ହେବା ସହିତ ଅସୁନ୍ଦର ଦେଖାଯାଇଥାଏ। ତେଣୁ ପାଦକୁ ନରମ ଓ ସୁନ୍ଦର ରଖିବା ପାଇଁ ଆପଣ କିଛି ଉପାୟ ଆପଣେଇପାରିବେ।

ପ୍ରତି ସପ୍ତାହରେ ଆପଣ ନିଜର ଆଙ୍ଗୁଠିକୁ ଭଲ ଭାବରେ ସଫା କରନ୍ତୁ। କ୍ୟୁଟିକଲ ତେଲକୁ ନଖରେ ଘଷନ୍ତୁ ଏବଂ ପାଦକୁ ୧୦ ମିନିଟ୍ ପାଇଁ ଉଷୁମ ପାଣିରେ ଭିଜାନ୍ତୁ।

ପ୍ରତି ଦୁଇ ସପ୍ତାହରେ ପାର୍ଲରକୁ ଯାଇ ଆପଣ ପେଡିକ୍ୟୁର୍ ମଧ୍ୟ କରିପାରିବେ।

ପ୍ରତିଦିନ ପାଦ ସଫା କରି ପାଦରୁ ମୃତ କୋଷିକାକୁ ବାହାର କରନ୍ତୁ। ପାଦକୁ ଭଲ ଭାବରେ ସ୍କ୍ରବ୍ କରନ୍ତୁ। ପାଦକୁ ଉଷୁମ ପାଣିରେ ଭିଜାଇ ରଖିବା ଦ୍ୱାରା ମୃତ କୋଷିକା ସହଜରେ ବାହାରି ଯାଇଥାଏ।

ପାଦକୁ ନରମ ରଖିବା ପାଇଁ ରାତିରେ ଫୁଟ କ୍ରିମ୍ ବ୍ୟବହାର କରନ୍ତୁ।

ପାଦକୁ ସ୍କ୍ରବ୍‌ କରନ୍ତୁ। ପାଦକୁ କୌଣସି ସ୍କ୍ରବ୍‌ ସାହାଯ୍ୟରେ ଘଷିବା ଫଳରେ ମୃତ କୋଷିକା ନଷ୍ଟ ହୋଇଥାଏ। ଏହି ସ୍କ୍ରବ୍‌କୁ ସପ୍ତାହରେ ଦୁଇଥର ଲଗାଇବା ଫଳରେ ପାଦରେ ଦୁର୍ଗନ୍ଧ ହୋଇନଥାଏ।

Comment