ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୋଇ ବସ୍‌ ଚଳାଚଳ କରିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଯେତିକି ସିଟ୍‌ ସେତିକି ଯାତ୍ରୀ ଯିବେ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ହେଲେ ଏହାକୁ ଗ୍ରହଣ କରିନି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। କାଲିଠୁ ବସ୍‌ ଚଲାଇବା ସମ୍ଭବ ନୁହେଁ ବୋଲି ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।

‘‘ଆମ ପାଖରେ ଡ୍ରାଇଭର, ହେଲପର ନାହାନ୍ତି। ସେମାନେ ସମସ୍ତେ ଗାଁରେ ଅଛନ୍ତି। ଏହାସହ ବସ୍‌ ଚଳାଚଳ ପାଇଁ ରାଜ୍ୟ ସରକାର ସଂଘ ସହିତ କିଛି ଆଲୋଚନା କରି ନାହାନ୍ତି। ଆଞ୍ଚଳିକ ବସ୍‌ ମାଲିକ ସଂଘ ସହିତ ବି କିଛି ଆଲୋଚନା ହୋଇନି। ସେମାନେ ବସ୍‌ ଚଲାଇବାକୁ ରାଜି କି ଅରାଜି ସେମାନଙ୍କ ମତାମତ ନେବା ପରେ ଯାଇ ବସ୍‌ ଚଲାଇବା ଉପରେ ନିଷ୍ପତ୍ତି ନିଆଯିବ’’, କହିଛନ୍ତି ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ।

ଘରୋଇ ବସ୍‌ ଚଳାଚଳ ପାଇଁ ଆଜି ରାଜ୍ୟ ସରକାର ଅନୁମତି ଦେଇଥିଲେ। ଯାତ୍ରୀମାନେ ଦୁଇ ଗୁଣ ଅଧିକ ଭଡ଼ା ଦେଇ ବସ୍‌ରେ ଯାଇପାରିବେ ବୋଲି ପରିବହନ ମନ୍ତ୍ରୀ ପୂର୍ବରୁ ସୂଚନା ଦେଇଥିଲେ। ହେଲେ ସରକାରଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରିନି ଘରୋଇ ବସ୍‌ ମାଲି ସଂଘ।

ଲକ୍‌ଡାଉନ୍‌ ୩.୦ ବେଳେ ରାଜ୍ୟ ସରକାର ଗ୍ରୀନ ଜୋନରେ ବସ୍‌ ଚଳାଇବାକୁ ଅନୁମତି ଦେଇଥିଲେ। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚାଲି ପାରିବ ବୋଲି ସରକାର କହିଥିଲେ। ହେଲେ ଏଥିରେ ରାଜି ହୋଇ ନଥିଲା ବସ୍‌ ମାଲିକ ସଂଘ।

Comment