ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସକୁ ରୋକିବା ପାଇଁ କୋଭିଡ୍ ଯୋଦ୍ଧାମାନେ ଦିନରାତି ଏକ କରି କାମ କରୁଛନ୍ତି। ହେଲେ ଏହାରି ମଧ୍ୟରେ ଦେବଗଡ଼ରେ ଦୁଇ ଜଣ କୋଭିଡ୍ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଙ୍ଗରୋଧ କେନ୍ଦ୍ରର ଦାୟିତ୍ୱରେ ଥିବା ଜଣେ ଆଶାକର୍ମୀ ଓ ଆଉ ଜଣେ ଶିକ୍ଷକଙ୍କ ସ୍ୱାବ୍ ନମୁନା କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।

ସୋମବାର ଓଡ଼ିଶାରେ ଆଉ ୧୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୨୨ ଜଣ ରହିଥିଲେ। ଏହି ୨୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ଆଶାକର୍ମୀ ଓ ଶିକ୍ଷକ ବୋଲି ଜଣାପଡ଼ିଛି। ଏମାନେ ଦୁଇଜଣ ତେଲେଇବଣି ବ୍ଲକ ସୋଢ଼ କ୍ୱାରେଣ୍ଟିନ୍ ସେଣ୍ଟର ଦାୟିତ୍ୱରେ ରହିଥିବା ନେଇ ସୂଚନା ମିଳିଛି।

ଦେବଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ୨୩ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।

Comment