ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣ ଥମିବାର ନାଁ ନେଉନାହିଁ। ଏହି ପରିସ୍ଥିତିରେ ଉଦ୍ଧବ ଠାକରେ ସରକାର ତିଷ୍ଠିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାନେ ସୋମବାର ଦିନ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ଏହି ସାକ୍ଷାତ ସମୟରେ ସେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଛନ୍ତି। ତାଙ୍କ କହିବା କଥା ହେଉଛି ଯେ କରୋନା ମହାମାରୀକୁ ରୋକିବାରେ ଉଦ୍ଧବ ଠାକରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ରାଣେ ରାଜ୍ୟପାଳ ଭଗତ ସିଂହ କୋଷୀୟରୀଙ୍କ ନିକଟରେ ଫେରାଦ ହେବା ବେଳେ କହିଥିଲେ ଯେ ଉଦ୍ଧବଙ୍କ ସରକାର ଏହି ସଙ୍କଟକୁ ସମ୍ଭାଳି ପାରୁନାହାନ୍ତି ଓ ଲୋକଙ୍କ ଜୀବନ ରକ୍ଷା କରିବାରେ ପୂରା ବିଫଳ ହୋଇଛନ୍ତି। ଏଣୁ ରାଷ୍ଟ୍ରପତି ଶାସନ ଜାରି ହେବା ନିତାନ୍ତ ଆବଶ୍ୟକ। ପ୍ରତିଦିନ ଯେଉଁଭଳି ଲୋକେ ମରୁଛନ୍ତି ତାହାକୁ ଆଖିରେ ରଖି ରାଷ୍ଟ୍ରପତି ଶାସନ ଜାରି ପାଇଁ କେନ୍ଦ୍ରକୁ ସୁପାରିଶ କରିବା ସକାଶେ ସେ ରାଜ୍ୟପାଳଙ୍କୁ କହିଥିବା ଜଣାପଡ଼ିଛି।

Comment