ଓଡ଼ିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତ ହେଲେ ଦୁଇ ଜଣ ବାପା ପୁଅ। ସୋମବାର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ବାପା ପୁଅ ସାମିଲ ଅଛନ୍ତି। ଏନେଇ ଜିଲ୍ଲାର ଲୋକସମ୍ପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଜଣେ ୪୧ ବର୍ଷୀୟ ବ୍ୟକ୍ତି ନିଜ ୩ ବର୍ଷର ପୁଅ ସହିତ ଗତ ୧୦ ତାରିଖରେ ଅହମ୍ମଦାବାଦରୁ ଫେରିଥିଲେ। ଏହାପରେ ସେ ବେଗୁନିଆ ବ୍ଲକ ହୀରାପୁର କ୍ୱାରେଣ୍ଟିନ୍ କେନ୍ଦ୍ରରେ ରହିଥିଲେ। ସେଠାରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଥିଲା। ଏଥିରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। କରୋନା ପଜିଟିଭ୍ ଥିବା ଜଣାପଡ଼ିବା ପରେ ତାଙ୍କୁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଥିବାବେଳେ ସେଥିମଧ୍ୟରୁ ୫୧ ଜଣ ସୁସ୍ଥ ଓ ୩  ଜଣ ପ୍ରାଣ ହରାଇସାରିଲେଣି। ଖୋର୍ଦ୍ଧା ଜିଲ୍ଲାରେ ଏବେ ବି ୨୮ ଜଣ ଆକ୍ରାନ୍ତ ସକ୍ରିୟ ଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୂଚନା ଦେଇଛି।

Comment