ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତକାଲି କଟକରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ହୋମଗାର୍ଡ କରୋନା କବଳରେ ପଡ଼ିଛନ୍ତି। ପୋଲସାରା ଥାନାର ଦୁଇ ହୋମଗାର୍ଡ ଜଗନ୍ନାଥପୁର ରେଳ ଷ୍ଟେସନ ଏବଂ କ୍ୱାରେଣ୍ଟିନ ସେଣ୍ଟର ପାଖରେ ଡ୍ୟୁଟି କରିଥିଲେ।

ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶରେ ଏହି ଦୁଇ ଜଣ ଆସିଥିବା ଆଶଙ୍କା କରାଯାଉଛି। କରୋନା ନମୁନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏହି ଦୁଇ ହୋମଗାର୍ଡଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ସର୍ବାଧିକ ରହିଛି। ଏଠାରେ ୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକାଂଶ ବାହାର ରାଜ୍ୟରୁ ଫେରିଛନ୍ତି। ୨୪୮ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

Comment