ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ସୁରୁଖରୁରେ ସ୍ନାନଯାତ୍ରା ସମ୍ପନ୍ନ କରିବା ଲାଗି ଦଇତାପତି ସେବାୟତଙ୍କର କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ ଚାଲିଛି। ସିଡିଏମ୍‌ଓଙ୍କ ତତ୍ତ୍ୱାବଧାନରେ ନମୁନା ସଂଗ୍ରହ ଚାଲିଛି। ପ୍ରଥମେ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଦାସମହାପାତ୍ରଙ୍କର ନମୁନା ସଂଗ୍ରହ ହୋଇଥିଲା। ପରେ ଅନ୍ୟ ସେବାୟତଙ୍କର ନମୁନା ସଂଗ୍ରହ ଚାଲିଛି।

ଦଇତାପତି ସେବାୟତଙ୍କ ପରେ ଗରାବଡୁ ସେବାୟତଙ୍କର ନମୁନା ସଂଗ୍ରହ କରାଯିବ। ୫ ତାରିଖରେ ସ୍ନାନଯାତ୍ରା ହେବାର ଥିବାରୁ ୩ ତାରିଖ ସୁଦ୍ଧା ରିପୋର୍ଟ ଆସିବ ବୋଲି କୁହାଯାଉଛି।

ଏଥର ସ୍ନାନଯାତ୍ରାରେ ୧୫୦ ସେବାୟତଙ୍କୁ ଅନୁମତି ଦେବାକୁ ଦଇତାପତି ନିଯୋଗ ଦାବି କରିଥିଲା। ସେହିପରି ୧୭୨ ଗରାବଡୁ ସେବାୟତ ମଧ୍ୟ ସ୍ନାନଯାତ୍ରାରେ ଭାଗ ନେବେ ବୋଲି କୁହାଯାଇଛି।

Comment