ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ମେ’ ଫେୟାର ହୋଟେଲର କର୍ମଚାରୀ। ଗତ ୩୦ ତାରିଖରେ ମେ’ ଫେୟାରର ପ୍ରତିଟି ହୋଟେଲରେ କର୍ମଚାରୀମାନେ ଛିଡ଼ାହୋଇ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିଥିଲେ।ଓଡ଼ିଶାରେ ଏବେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ କୋଭିଡ୍ ଯୋଦ୍ଧାମାନଙ୍କୁ ଦେଇଥିଲେ। ଏଥିପାଇଁ ତାଙ୍କୁ ସମ୍ମାନ ଓ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଟି ଓଡ଼ିଆଙ୍କୁ  ମେ ୩୦ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଆହ୍ୱାନ ଦେଇଥିଲେ। ଏହାକୁ ନେଇ ରାଉରକେଲା ମେ’ ଫେୟାର ସମେତ ଦାର୍ଜିଲିଂ, ପୁରୀ, ଭୁବନେଶ୍ୱର, ଗୋପାଳପୁର, ଗ୍ୟାଙ୍ଗଟକ୍, ଗୋଆ ଓ ରାୟପୁରରେ ଥିବା ମେ’ ଫେୟାର ହୋଟେଲର ପ୍ରାୟ ୧ ହଜାରରୁ ଅଧିକ କର୍ମଚାରୀ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ।ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆହ୍ୱାନକୁ ସମ୍ମାନ ଜଣାଇ ମେ’ ଫେୟାର ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର କହିଛନ୍ତି ଯେ, କରୋନା ଯୁଦ୍ଧରେ ସ୍ୱାସ୍ଥ୍ୟକର୍ମୀ, ପୋଲିସ୍ ଅଧିକାରୀଙ୍କ ଏହି ସେବା ଦେଶବାସୀ ମନେ ରଖିବେ। ଏଥିସହ ସମସ୍ତ ଦେଶବାସୀ ମଧ୍ୟ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ସେ ଅନୁରୋଧ କରିଛନ୍ତି।

Comment