ଓଡ଼ିଶାଲାଇଭ୍‌ ବ୍ୟୁରୋ

jio offer

ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଆଣିଛି ନୂଆ ଧମାକେଦାର ଅଫର୍। ଯେଉଁଥିରେ ଗ୍ରାହକମାନେ ପାଇପାରିବେ ୪ ପ୍ରକାର ଡିସକାଉଣ୍ଟ। ଏହି ସ୍ପେଶାଲ୍ ରିଚାର୍ଜ କରିବା ଦ୍ୱାରା ଗ୍ରାହକମାନେ ପୋଷାକ, ଇଲେକ୍ଟ୍ରୋନିକ ଜିନିଷ, ଫୁଟ୍ ଓ୍ୱେୟାରରେ ପାଇପାରିବେ ଡିସକାଉଣ୍ଟ। ଏହି ଅଫର୍ ଜୁନ ମାସଯାକ ଚାଲୁ ରହିବ। ତେବେ ଜାଣନ୍ତୁ ଏହି ଅଫର୍ ବିଷୟରେ-

ଏହି ଅଫର୍ ଅନୁଯାୟୀ ଜୁନ୍ ମାସରେ ୨୪୯ ବା ଏହାଠୁ ଅଧିକ ଟଙ୍କାର ରିଚାର୍ଜ କରିବା ଦ୍ୱାରା ଆପଣଙ୍କୁ ମିଳିବ ଡିସକାଉଣ୍ଟ କୁପନ୍। ଏହି କୁପନକୁ ଆପଣ ରିଲାଏନ୍ସ ଡିଜିଟାଲ୍, ଟ୍ରେଣ୍ଡ୍ସ୍, ଟ୍ରେଣ୍ଡ୍ସ୍ ଫୁଟ୍ ଓ୍ୱେୟାର ଏବଂ ଆଜିଓ ଓ୍ୱେବସାଇଟରେ ବ୍ୟବହାର କରିପାରିବେ। କେବଳ ନୂଆ ନୁହେଁ ଜିଓର ପୁରୁଣା ଗ୍ରାହକମାନଙ୍କ ପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ।

jio

ଏହି କୁପନ ଆପଣଙ୍କୁ ଆପଣଙ୍କ ‘My Jio’ ଆକାଉଣ୍ଟରେ ମିଳିବ। ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମଗୁଡ଼ିକରେ ଏହି ଡିସକାଉଣ୍ଟପ ଫାଇଦା ଉଠାଇପାରିବେ। ଏହି ରିଚାର୍ଜ ଏକ ଆଡଭାନ୍ସ ରିଚାର୍ଜ ପରି କାମ କରିବ ଅର୍ଥାତ ଆପଣଙ୍କ ବର୍ତ୍ତମାନ ବ୍ୟବହାର କରୁଥିବା ରିଚାର୍ଜର ବୈଧତା ସରିବା ପରେ ଯାଇ ଏହି ଅଫର ଆକ୍ଟିଭ୍ ହେବ। ତେବେ ଏହି ଅଫର କେବଳ ୧ ଜୁନ୍ ରୁ ୩୦ ଜୁନ ଯାଏଁ ରହିବ।

Comment