ଓଡ଼ିଶାଲାଇଭ୍ବ୍ୟୁରୋ

ପୁରୀ ଭଳି ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି। ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଜି ରାତିରୁ ୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ନେମାଳଠାରେ ମହାପୁରୁଷ ଅଚ୍ୟୁତଙ୍କ ପୀଠରେ ପ୍ରତିବର୍ଷ ସ୍ନାନଯାତ୍ରା ପାଳିତ ହୋଇଥାଏ। ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ଆସିଥାନ୍ତି। ହେଲେ ଚଳିତବର୍ଷ କରୋନା ସଙ୍କଟ ପାଇଁ ସ୍ନାନଯାତ୍ରା ବିନା ଭକ୍ତରେ ଆୟୋଜନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି।

Comment