ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ୧୧ଟି ଜିଲ୍ଲାକୁ ସଟ୍‌ଡାଉନ ଘୋଷଣା କରିଛନ୍ତି। ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର ଜୁନ୍‌ ୩୦ ଯାଏଁ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ରହିବ। ଏହି ସଟ୍‌ଡାଉନ୍‌ ବେଳେ କେବଳ ଜରୁରୀ ସେବା ମିଳି ପାରିବ। ଆଉ ସବୁ ବନ୍ଦ ରହିବ। ଜରୁରୀ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ।

କ’ଣ ରହିବ ବନ୍ଦ

  • ସବୁ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ।
  • ପରିବା ଓ ଗ୍ରୋସରୀ ଦୋକାନ ବନ୍ଦ ରହିବ।
  • ମାଛ, ମାଂସ, ଅଣ୍ଡା ଦୋକାନ ବି ବନ୍ଦ।
  • ଫଳ ଦୋକାନ ରହିବ ବନ୍ଦ।
  • ମୋ’ ବସ୍‌ ଚଳାଚଳ କରିବନି।

କ’ଣ ଖୋଲା?

  • ସ୍ୱାସ୍ଥ୍ୟସେବା, ପୋଲିସ, ଅଗ୍ନିଶମ, ଟେଲିକମ୍‌, ପାନୀୟ ଜଳ ଯୋଗାଣ, ସଫେଇ କାର୍ଯ୍ୟ ଚାଲିବ।
  • ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡିଆ ଖୋଲା ରହିବ।
  • ଜରୁରୀସେବାରେ ନିୟୋଜିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଯା ଆସ କରିପାରିବେ।
  • ଔଷଧ ଦୋକାନ ଖୋଲା ରହିବ। କର୍ମଚାରୀମାନେ ପାସ୍‌ ଦେଖାଇ ଯାଇପାରିବେ।
  • ଅନଲାଇନ ଫୁଡ୍‌ ସର୍ଭିସ୍‌ ସଂସ୍ଥା ଜୋମାଟୋ, ସ୍ୱିଗି କର୍ମଚାରୀ ହୋମ ଡେଲିଭରି କରିପାରିବେ।
  • ବିଦ୍ୟୁତ ସେବା ମିଳିବ। ପରିଚୟପତ୍ର ଦେଖାଇ କର୍ମଚାରୀମାନେ ଯିବା ଆସିବା କରିପାରିବେ।
  • ବସ୍‌ ଷ୍ଟାଣ୍ଡ, ଷ୍ଟେସନ ଏବଂ ଏୟାରପୋର୍ଟ ଖୋଲା ରହିବ।
  • ଯାତ୍ରୀବାହୀ ବସ୍‌ ଚଳାଚଳ କରିବ। ଯାତ୍ରୀମାନେ ନିଜ ଟିକେଟ ଦେଖାଇ ଯିବା ଆସିବା କରିବେ।
  • ବସ୍‌ ଷ୍ଟାଣ୍ଡ, ଷ୍ଟେସନ ଏବଂ ବିମାନ ବନ୍ଦରକୁ ଟ୍ୟାକ୍ସି, ଓଲା , ଉବେର ଯାଇପାରିବ। ପୋଲିସ ଅନୁମତି ଦରକାର।
  • ଆର୍‌ବିଆଇ, ଏଟିଏମ୍‌ ସଂସ୍ଥା ସହ ଜଡ଼ିତ କର୍ମଚାରୀ ପାସ୍‌ ଦେଖାଇ ଆସିପାରିବେ।

Comment