ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ଶ୍ରୀଜିଉଙ୍କୁ ସ୍ନାନ ମଣ୍ଡପରେ ଦେଖି ପାରିନାହାନ୍ତି ଭକ୍ତ। ଶ୍ରୀ ମନ୍ଦିରରେ ଚାରି ପଟେ ୧୪୪ ଧାରା ଜାରି ହେବା ପରେ ଭକ୍ତଙ୍କ ପାଇଁ ମନା ହୋଇଛି ବଡ଼ ଦାଣ୍ଡ। ଯେଉଁଥିପାଇଁ ବ୍ୟାରିକେଡ କଡ଼ରେ ରହି ମହାପ୍ରଭୁଙ୍କୁ ସ୍ମରଣ କରୁଛନ୍ତି ଭକ୍ତ। ମହାପ୍ରଭୁଙ୍କୁ ସ୍ମରଣ କରି ଭକ୍ତ ଭାବ ବିହ୍ଵଳ ହୋଇ ପଡୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ମହାପ୍ରଭୁଙ୍କୁ ଦେଖି ନପାରି ଭାବବିହ୍ଵଳ ହୋଇ କିଛି ଭକ୍ତଙ୍କ ଆଖିରୁ ଲୁହ ମଧ୍ୟ ଝରି ଆସିଛି। ବ୍ୟାରିକେଡ ସେପଟେ ଥାଇ ଦୀପ ଜାଳି ଭଗବାନଙ୍କୁ ହାତ ଟେକି ଡାକୁଛନ୍ତି ଭକ୍ତ। ଏଥର ଭକ୍ତ ଓ ଭଗବାନଙ୍କ ମଧ୍ୟ କଣ୍ଟା ହୋଇ ଛିଡ଼ା ହୋଇଛି ବ୍ୟାରିକେଡ।

ଏଥର କୋରନା କଟକଣା ଯୋଗୁଁ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଭକ୍ତମାନଙ୍କୁ ବାରଣ କରାଯାଇଛି। ଏହାସହ ବଡ଼ଦାଣ୍ଡରେ କେବଳ ପୋଲିସମାନେ ମୁତୟନ ରହିଛନ୍ତି। ବଡ଼ ଦାଣ୍ଡରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି।

ସ୍ନାନଯାତ୍ରା ପାଇଁ ବିଳମ୍ଵିତ ରାତିରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ରାତି ୧ଟା ୨୫ରେ ମଙ୍ଗଳର୍ପଣ ହୋଇ ୧ଟା ୪୦ରେ ପହଣ୍ଡି ହୋଇଥିଲା। ରାତି ୧ଟା ୪୦ ପହଣ୍ଡି ଆରମ୍ଭ ହୋଇ ୩ଟା ୧୦ରେ ସରିଥିଲା। ପରେ ରାତି ୩ଟା ୪୦ରେ ବିଜେ ହେଲେ ମଦନମୋହନ।

ପରେ ଭୋର ୪ଟା ୨୦ରେ ମଙ୍ଗଳ ଆଳତି ଓ ୪ଟା ୩୫ରେ ମଇଲମ, ତଡ଼ପଲାଗି ହୋଇଥିଲା। ଭୋର ୪ଟା ୫୦ରେ ମହାପ୍ରଭୁଙ୍କ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅବକାଶ ନୀତି ଓ ବେଶ ଶେଷ ଶେଷ ହେବା ପରେ ସୂର୍ଯ୍ୟ ଓ ଦ୍ଵାରପାଳ ପୂଜା ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା। ଏହା ପରେ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା।

Comment