ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜିଲ୍ଲାରେ ମୋଟ ୮୬ ଆକ୍ରାନ୍ତ
  • ବାଲିକୁଦିଆ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
  • ୫ ଦିନରେ ସଂଗରୋଧ ବାହାରେ ୩ ଆକ୍ରାନ୍ତ 
  • ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ନୟାଗଡ଼ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୮୬ରେ ପହଞ୍ଚିଛି। ସେଥିରୁ ସଂଗରୋଧ କେନ୍ଦ୍ର ବାହାରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜନବସତି ମଧ୍ୟରେ ଚିହ୍ନଟ ସମସ୍ତ ୩ କରୋନା ପଜିଟିଭ୍ ନୟାଗଡ଼ ବ୍ଲକ ଅଞ୍ଚଳର।

୫ ଦିନ ମଧ୍ୟରେ ଜନବସତିରେ ୩ ଜଣ କରୋନା ରୋଗୀ ଚିହ୍ନଟ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ାଇଛି। ପ୍ରଥମେ ଖେଡ଼ପଡ଼ା ଗାଁରେ ଜଣେ ଚିହ୍ନଟ ହୋଇଥିଲେ। ପରେ ଜିଲ୍ଲାହସ୍ପିଟାଲର ଜଣେ ଷ୍ଟାଫ୍‌ ନର୍ସ ଆକ୍ରାନ୍ତ ହେଲେ। ଆଜି ବାଲିକୁଦିଆ ଗାଁର ଜଣେ ଯୁବକ କରୋନା ଆକ୍ରାନ୍ତ ହୋଇଛନ୍ତି। ତା’ଙ୍କ ସଂସ୍ପର୍ଶରେ ଆସିଥିବା ୨୫ରୁ ଅଧିକ ବ୍ୟକ୍ତିଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଛି।

ବାଲିକୁଦିଆ ଗାଁକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା ଜିଲ୍ଲାପାଳ ଡକ୍ଟର ପୋମା ଟୁଡ଼ୁ ସୂଚନା ଦେଇଛନ୍ତି। ସଂଗରୋଧ କେନ୍ଦ୍ର ବାହାରେ ସଂକ୍ରମଣ କାରଣ ଜଣାପଡ଼ିନି। ଜିଲ୍ଲାରେ ମୋଟ ୮୬ ସଂକ୍ରମିତଙ୍କ ମଧ୍ୟରୁ ୫୦ ସୁସ୍ଥ ହୋଇଛନ୍ତି। ୩୬ ଜଣ ଚିକିତ୍ସାଧିନ ଅଛନ୍ତି।

Comment