ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ୧୫ ପରେ ଯାଇ ଦେଶର ସମସ୍ତ ସ୍କୁଲ, କଲେଜ ଖୋଲାଯିବ। ଏହାପୂର୍ବରୁ ଦେଶରେ ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ ନାହିଁ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି।

କରୋନା କାରଣରୁ ଏବେ ଚାରିଆଡ଼େ କଟକଣା ଜାରିରହିଛି। ସ୍କୁଲ, କଲେଜ ଆଦି ବନ୍ଦ ହୋଇରହିବା ସହିତ ପିଲାମାନେ ଘରେ ରହି ଅନଲାଇନରେ ପାଠ ପଢୁଛନ୍ତି। ତେବେ କରୋନା ସଙ୍କଟ ଶେଷ ନହୋଇଥିବା କାରଣରୁ ଏହାକୁ ଅଗଷ୍ଟ ୧୫ ପରେ ଯାଇ ସ୍କୁଲ, କଲେଜ ଖୋଲାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏନେଇ ପୂର୍ବରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କେନ୍ଦ୍ରମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ସମୟ ଆସିଯାଇଛି ଆମେ ଆମ ଦେଶର ସ୍କୁଲଗୁଡ଼ିକୁ ଖୋଲିବା ଆରମ୍ଭ କରିବା। ନଚେତ୍ ପିଲମାନେ ପ୍ରକୃତ ଶିକ୍ଷା ପାଇବାରୁ ବଞ୍ଚିତ ହେବେ।

ଏଥିସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ଅନଲାଇନ ଜରିଆରେ ପାଠ ପଢ଼ିବା ପାଇଁ ସବୁ ପିଲା ସକ୍ଷମ ହୋଇପାରୁନାହାନ୍ତି। ଏଥିପାଇଁ କେତେକଙ୍କ ପାଖରେ ଆବଶ୍ୟକୀୟ ସଂଶାଧନ ହିଁ ନାହିଁ। ତେଣୁ ସ୍କୁଲ ଓ କଲେଜକୁ ତୁରନ୍ତ ଖୋଲିବାକୁ ସେ କହିଥିଲେ।

Comment