ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଅତ୍ୟାବଶ୍ୟକ ସାମଗ୍ରୀ ବାଲିକୁଦିଆ ଗାଁରେ ପହଞ୍ଚାଇବାକୁ ଭିଡିଓ ଜାରି କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ପ୍ରକୃତିବନ୍ଧୁ ମାନସରଞ୍ଜନ ବଳବନ୍ତରା।

ନୟାଗଡ଼ ସଦର ବ୍ଲକର ଗଦାଧର ପ୍ରସାଦ ପଞ୍ଚାୟତର ବାଲିକୁଦିଆ ଗାଁରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଥିଲା। ଯେଉଁ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯିବ ସେଠାକାର ଲୋକଙ୍କ ପାଖରେ ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାର ନିୟମ ରହିଛି। ହେଲେ ପରିତାପର ବିଷୟ ବାଲିକୁଦିଆ ଗାଁ ୭୨ ଘଣ୍ଟା ହେଲା କଣ୍ଟେନମେଣ୍ଟ ରହିଥିଲେ ମଧ୍ୟ ସେଠାରେ ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ବିଫଳ ହୋଇଥିବା ପ୍ରକୃତିବନ୍ଧୁ ମାନସରଞ୍ଜନ ବଳବନ୍ତରା ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି।

ଗ୍ରାମବସୀଙ୍କ ପାଖରେ ତୁରନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ସେ ଏହି ଭିଡିଓରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏହି ଭିଡିଓରେ ମାନସ କହିଛନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚି ନଥିବାରୁ ସେ ଡିଏଫ୍‌ଓଙ୍କୁ ଫୋନ କରିଥିଲେ। ହେଲେ କୌଣସି ଉତ୍ତର ନମିଳିବାରୁ ସେ ଉପଜିଲ୍ଲାପାଳଙ୍କୁ ଫୋନ କରିଥିଲେ। ବିଡିଓଙ୍କୁ ଫୋନ କରି କହିବାକୁ ଉପଜିଲ୍ଲାପାଳ କହିଥିଲେ। ବିଡିଓଙ୍କୁ ଫୋନ୍‌ କରିଥିଲେ ବି ସେ ଫୋନ ଉଠାଇ ନଥିବା ମାନସ କହିଛନ୍ତି।

କଣ୍ଟେନମେଣ୍ଟ ଜୋନ ଯୋଗୁଁ ଗ୍ରାମବାସୀ ଘରୁ ବାହାରି ପାରୁ ନାହାନ୍ତି। ଗାଁରେ ପୋଲିସ ମୁତୟନ ରହିଛନ୍ତି। ହେଲେ ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ବାଲିକୁଦିଆ କଣ୍ଟେନମେଣ୍ଟ ଜୋନରେ ପହଞ୍ଚାଇ ନଥିବାରୁ ଅସନ୍ତୋଷ ଦେଖାଦେଇଛି।

ଗତ ୬ ତାରିଖ ଦିନ ବାଲିକୁଦିଆ ଗାଁରୁ ସଙ୍ଗରୋଧକେନ୍ଦ୍ର ବାହାରୁ ଜଣେ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ପ୍ରଶାସନ ଏହି ଗାଁକୁ କଣ୍ଟେନମେଣ୍ଟ କରିଥିଲା।

Comment