ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାହାଣ୍ଡିରେ ଦୁଇ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୨ ଡାକ୍ତରଙ୍କ ନମୁନା କରୋନା ପଜିଟିଭ୍‌ ଆସିଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି।

ଗତ କିଛିଦିନ ହେଲା କରୋନା ଯୋଦ୍ଧାର ମାନ୍ୟତା ପାଇଥିବା ଡାକ୍ତର ଓ ନର୍ସ କରୋନା ଆକ୍ରାନ୍ତ ହେଉଛନ୍ତି। କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନା ଆକ୍ରାନ୍ତ ହେବା ପରେ ନୟାଗଡ଼ ମୁଖ୍ୟ ଡାକ୍ତରଖାନାର ଜଣେ ଡାକ୍ତର ଏବଂ ଦୁଇ ଜଣ ନର୍ସ କରୋନ ଆକ୍ରାନ୍ତ ହୋଇଥିଲେ। ସେହିପରି ବ୍ରହ୍ମପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଡାକ୍ତ ଓ ନର୍ସ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ।

ଡାକ୍ତର ଓ ନର୍ସ କରୋନା ଆକ୍ରାନ୍ତ ହେବା ପରେ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଭିଡିଓ ବାର୍ତ୍ତା ଜାରି କରି ସେମାନଙ୍କ ମନୋବାଳ ସୁଦୃଢ଼ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାହା ଯାହା ଉପକରଣ ଦରକାର ତାହା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

Comment