ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ବ୍ଲକ ଖେଡ଼ପଡ଼ା ଓ ଜୟମଙ୍ଗଳପ୍ରସାଦ ଗାଁରୁ କଣ୍ଟେନମେଣ୍ଟ କଟକଣା ପ୍ରତ୍ୟାହାର ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁନ ୧୨ ତାରିଖ ସନ୍ଧ୍ୟା ୭ଟାରୁ ଏହି ଗାଁ ଦୁଇଟି କଣ୍ଟେନମେଣ୍ଟ ଜୋନ ମୁକ୍ତ ହୋଇଛି। ଚଳିତ ମାସ ୨ ତାରିଖରେ ଖେଡ଼ପଡ଼ା ଗାଁରେ ଜଣେ ସାଧାରଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଜିଲ୍ଲାର ଏହା ପ୍ରଥମ ଜନବସତି ସଂକ୍ରମଣ ଥିଲା। ସ୍ୱାବ୍ ଟେଷ୍ଟ ପରେ ସେଠାରେ ଅନ୍ୟ କହାଠାରେ କରୋନା ଭୂତାଣୁ ଦେଖାଯାଇ ନଥିବାରୁ ଜିଲ୍ଲାପାଳ ଡକ୍ଟର ପୋମା ଟୁଡ଼ୁ ଗାଁ ଦୁଇଟିକୁ କଣ୍ଟେନମେଣ୍ଟ ଜୋନ କଟକଣାରୁ ମୁକ୍ତ କରିଛନ୍ତି। ଏଥି ସହିତ ବଫର ଜୋନ ରୂପେ ଚିହ୍ନିତ ନିକଟବର୍ତ୍ତି ଅନ୍ୟ ଦୁଇଟି ଗାଁରୁ ମଧ୍ୟ କରୋନା କଟକଣା କୋହଳ କରାଯାଇଛି।

Comment