ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କୋଭିଡ୍ ଯୋଦ୍ଧା ହେଲେ କରୋନା ପଜିଟିଭ୍। ମାଲକାନଗିରି ଜିଲ୍ଲା ମୋଟୁ ବର୍ଡର ଚେକ୍ ପୋଷ୍ଟରେ କାର୍ଯ୍ୟରତ ଥିବା ଜଣେ ପୋଲିସ ହାବିଲଦାର କରୋନାରେ ସଂକ୍ରମିତ ହୋଇଛନ୍ତି।

ଏହି ବର୍ଡର ଚେକପୋଷ୍ଟ ଦେଇ ହଜାର ହଜାର ପ୍ରବାସୀ ଓଡ଼ିଶା ଭିତରକୁ ପ୍ରବେଶ କରିଛନ୍ତି। ତେଣୁ ତାଙ୍କ ସଂସ୍ପର୍ଶରେ ଆସି ପୋଲିସ ହାବିଲଦାର ଜଣକ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି।

ଏହାପରେ ମୋଟୁ ଥାନ ଆଇଆଇସିଙ୍କ ସମେତ ସମସ୍ତ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ମୋଟୁ ଥାନା ପରିସରକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି।

ଏହାପୂର୍ବରୁ ମଧ୍ୟ ଆଜି ୨୧ ଜଣ ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଲଗାତାର ଭାବରେ କରୋନା ଯୁଦ୍ଧର ଯୋଦ୍ଧାମାନେ ନିଜେ କରୋନାରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି। ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

Comment