ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ ୧୫ ତାରିଖରେ ୪ଟି ନୂଆ ପଜିଟିଭ୍ କେସ୍‌କୁ ମିଶାଇ ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  କ୍ୱାରେଣ୍ଟାଇନ ବାହାରେ ଅର୍ଥାତ ଜନବସତି ଅଞ୍ଚଳରେ ୧୨ ଜଣ ଚିହ୍ନଟ ହୋଇଛନ୍ତି।

ଗୋଟିଏ ପଟେ କରୋନା ପଜିଟିଭି ସଂଖ୍ୟା ବଢ଼ୁଥିବା ସମୟରେ ସୁସ୍ଥ ହାର ମଧ୍ୟ ଉତ୍ସାହଜନକ ରହିଛି। ୧୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୯୫ ଜଣ ସୁସ୍ଥ ହୋଇଛନ୍ତି। ସମୁଦାୟ ଆକ୍ରାନ୍ତ ସଂଖ୍ୟାର ୮୧.୮୯ ପ୍ରତିଶତ।

କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ୧୦୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୭ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଏବେ ୧୭ ଜଣ ଚିକିତ୍ସାଧନ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ ସେଣ୍ଟର ବାହାରେ ଚିହ୍ନଟ ହୋଇଥିବା ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୮ ସୁସ୍ଥ ହୋଇଛନ୍ତି। ୪ ଜଣ ଚିକିତ୍ସାଧିନ ଅଛନ୍ତି। ଅନ୍ୟ ଜିଲ୍ଲା ତୁଳନାରେ ଏଠାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧିନ ରହିଥିବା କୁହାଯାଉଛି।

Comment