ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼: ଦଶପଲ୍ଲା ପୂର୍ବତନ ବିଡିଓଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ସଂଶ୍ଲଷ୍ଟ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ନୟାଗଡ଼ ଓଏଏସ୍ ସଂଘ ଅଟଳ ରହିଛି। ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ରାଜ୍ୟ ଗୃହ ବିଭାଗ ସଚିବଙ୍କଠାରୁ ପ୍ରତିଶ୍ରୁତି ପାଇ କଲମଛାଡ଼ ଆନ୍ଦୋଳନକୁ ସ୍ଥଗିତ କରାଯାଇଥିବା ଓଏଏସ୍ ସଂଘ କହିଛି।

ସମସ୍ତ ଅଭିଯୁକ୍ତ ଗିରଫ ନ ହେବା ଯାଏଁ କଳାବ୍ୟାଚ ପରିଧାନ ପ୍ରତିବାଦ ଚାଲୁ ରହିବ। ରାଜ୍ୟ ସଂଘ ଏପରି ନିଷ୍ପତ୍ତି ନେଇଥିବା ଜିଲ୍ଲା ଓଏଏସ୍ ସଂଘ ପକ୍ଷରୁ ସୂଚନା ମିଳିଛି। ଜୁନ୍ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ଜୁନ ୧୯ରୁ ସଂଘ କଲମଛାଡ଼ ଆନ୍ଦୋଳନର ଚେତାବନୀ ଦେଇଥିଲା ଜିଲ୍ଲା ଓଏଏସ୍‌ ସଂଘ।

Comment