ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ବୋର୍ଡ ବଡ଼ ଘୋଷଣା କରିଛି। ଜୁଲାଇ ୧ ତାରିଖରୁ ଅଗଷ୍ଟ ୧୨ ତାରିଖ ଯାଏଁ ଦେଶରେ ସମସ୍ତ ରେଗୁଲାର ଟାଇମ୍‌ ଟେବୁଲ ଟ୍ରେନ୍‌ ବାତିଲ କରାଯାଇଛି। ମେଲ, ଏକ୍ସପ୍ରେସ୍‌ ଏବଂ ପାସେଞ୍ଜର ଟ୍ରେନ୍‌ ସେବା ବାତିଲ ହୋଇଛି।

ଯେଉଁ ଯାତ୍ରୀମାନେ ଟ୍ରେନ ଟିକେଟ ବୁକିଂ କରିଥିଲେ ସେମାନଙ୍କୁ ପୂରା ଭଡ଼ା ଫେରାଇ ଦିଆଯିବ ବୋଲି ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଛି। କେବଳ ସ୍ପେଶାଲ ରାଜଧାନୀ ମେଲ୍‌ ଏକ୍ସପ୍ରେସ୍‌ ଚଳାଚଳ କରିବ। ମାଲବାହୀ ଟ୍ରେନ୍‌ ଚଳାଚଳ କରିବ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ରୁ ଦେଶରେ ସବୁ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କରାଯାଇଥିଲା। ଗତ କିଛିଦିନ ତଳେ ସ୍ପେଶାଲ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ମିଳିଥିଲା।

Comment