ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ରାତି ୧୨ଟାରୁ ୨୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସଟଡାଉନ ରହିବ। ଉମରକୋଟ ସହରରେ କୋଭିଡ୍‌ ନିୟମ ଖୋଲାଖୋଲି ଉଲ୍ଲଂଘନ ହେଉଥିବାରୁ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

କେବଳ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ କଟକଣାମୁକ୍ତ ରହିବେ। ମେଡିକାଲ କର୍ମଚାରୀ, ପୌର କର୍ମଚାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ପେଟ୍ରୋଲ ଟାଙ୍କି, ଟେଲିକମ୍‌, ବିଦ୍ୟୁତ ବିଭାଗ ଆଦିର ଯେଉଁ କର୍ମଚାରୀ ଜରୁରୀସେବାରେ ନିୟୋଜିତ ସେମାନେ ଚଳପ୍ରଚଳ କରିପାରିବେ।

ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର ସହରକୁ ୪ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି ସହର ସମେତ ଗୋଷାଣୀ ଓ ଗୁମ୍ମା ବ୍ଲକକୁ ୩ ଦିନ ଲାଗି ସଟ୍‌ଡାଉନ୍‌ ଘୋଷଣା କରିଥିଲେ।

Comment