ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ବୟାନ ପାଇଁ ବେଶ୍‌ ଜଣାଶୁଣା। ସମସ୍ତ ବଡ ପ୍ରସଙ୍ଗରେ ସେ ନିଶ୍ଚୟ ତାଙ୍କର ମତ ଦିଅନ୍ତି। ଭାରତ-ଚୀନ ବିବାଦକୁ ନେଇ ମଧ୍ୟ କଙ୍ଗନା ଏବେ ଏକ ବଡ଼ ବୟାନ ଦେଇଛନ୍ତି। ଚୀନ ସାମ୍ରଗୀର ବହିଷ୍କାର କରିବା ପାଇଁ କଙ୍ଗନା ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

କଙ୍ଗନାଙ୍କ ଟିମ୍‌ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ କଙ୍ଗନା ଇଣ୍ଡୋ-ଚାଇନା ଟେନସନ ବିଷୟରେ କହୁଛନ୍ତି।

‘‘ଯଦି କେହି ଆମ ହାତରେ ଆମ ଆଙ୍ଗୁଠିକୁ କାଟିବାକୁ ଚେଷ୍ଟା କରେ ତେବେ କଷ୍ଟ ନିଶ୍ଚୟ ହେବ। ଚୀନ ଭାରତ ସହ ସେଇୟା ହିଁ କରୁଛି। ଲଦାଖ ଉପରେ ଆଖି ପକାଇ ଚୀନ ଭାରତକୁ ଅସୁବିଧାରେ ପକାଇଛି’’ କହିଛନ୍ତି କଙ୍ଗନା।

ଚୀନକୁ ଉଚିତ ଜବାବ ଦେବା ପାଇଁ ଚୀନ କମ୍ପାନିକୁ ବୟକଟ କରିବାକୁ କଙ୍ଗନା ଆହ୍ୱାନ ଦେଇଛନ୍ତି। ଚୀନ ଆମରି ପଇସାରେ ଆମ ଯବାନଙ୍କ ଉପରେ ଆକ୍ରମଣ କରୁଛି। ଏହି ଯୁଦ୍ଧରେ ଆମକୁ ଦେଶର ସାଥ୍‌ ଦେବାକୁ ପଡ଼ିବ ବୋଲି କହିଛନ୍ତି କଙ୍ଗନା। କଙ୍ଗନାଙ୍କ ପୂର୍ବରୁ ବଲିଉଡର ଅନ୍ୟେ ସେଲିବ୍ରିଟି ମଧ୍ୟ ଚୀନ ବିରୋଧରେ ସ୍ୱର ଉଠାଇଛନ୍ତି।

Comment