ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୩ ଦିନ ହେଲାଣି। ଏହି ଅବସରରେ ତାଙ୍କ ପରିବାର ତାଙ୍କର ଶ୍ରାଦ୍ଧକର୍ମ ସାରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସୁଶାନ୍ତଙ୍କ ସ୍ମୃତିରେ ପଟନାରେ ଏକ ଫାଉଣ୍ଡେସନ ଓ ମେମୋରିଆଲ ସ୍ଥାପନା କରାଯିବ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।sushant-singh-rajput-Wallpaper-cave

ଏହି ଫାଉଣ୍ଡେସନର ‘ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେସନ୍’ ରହିବ। ଏହି ଫାଉଣ୍ଡେସନର ଉଦ୍ଦେଶ୍ୟ ରହିବ ସିନେମା, କ୍ରୀଡା ଏବଂ ବିଜ୍ଞାନରେ ଇଚ୍ଛୁକ ଯୁବପିଢ଼ିକୁ ସମର୍ଥନ କରିବ। କାରଣ ୩ଟି ଦିଗରେ ସୁଶାନ୍ତଙ୍କ ସବୁଠୁ ଅଧିକ ଭଲ ପାଇବା ଥିଲା।

ଏଥିସହ ପାଟନାରେ ସୁଶାନ୍ତଙ୍କ ପିଲାଦିନର ଘରକୁ ଏକ ସ୍ମାରକୀରେ ପରିଣତ କରାଯିବ। ଯେଉଁଥିରେ ତାଙ୍କ ପ୍ରିୟ ପୁସ୍ତକ ଏବଂ ବହୁମୂଲ୍ୟ ସାମଗ୍ରୀ ରଖାଯିବ।sushant-1

ଏଥିସହ ସ୍ମୃତିରେ ସୁଶାନ୍ତଙ୍କୁ ଜୀବନ୍ତ ରଖିବା ପାଇଁ ତାଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ତାଙ୍କ ପରିବାର ଚଳାଇବ। ଜଣେ ଅଭିନେତା ହେବା ବ୍ୟତୀତ ସୁଶାନ୍ତ ସିଂ ବିଜ୍ଞାନ ପ୍ରତି ଆଗ୍ରହୀ ଥିଲେ, ସେ କବିତାକୁ ଭଲ ପାଉଥିଲେ। ସେ ଗିଟାର ବଜାଇବାକୁ ମଧ୍ୟ ଭଲ ପାଉଥିଲେ।

Comment