ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଦୁଇ ଜଣ ନର୍ସ ହେଲେ କରୋନା ପଜିଟିଭ୍। ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସେ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଏନେଇ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଲଲାଟେନ୍ଦୁ ଷଡଙ୍ଗୀ ସୂଚନା ଦେଇଛନ୍ତି।

ଏହି ହସ୍ପିଟାଲରେ ଗଞ୍ଜାମର ଜଣେ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡ଼ିଥିଲେ। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିଲା। ନମୁନା ପରୀକ୍ଷା କରାଯାଇଥିବା ମୋଟ ୫୨ଟି ସାମ୍ପୁଲ ମଧ୍ୟରୁ ଏହି ଦୁଇଜଣ ନର୍ସଙ୍କ ନମୁନା ପଜିଟିଭ୍ ଆସିଛି।

ଏହି ନର୍ସଙ୍କ ମଧ୍ୟରୁ ଜଣେ ପୁରୁଷ ହୋଇଥିବାବେଳେ ଆଉ ଜଣେ ମହିଳା ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। କରୋନା ପଜିଟିଭ୍ ଜଣାପଡ଼ିବା ପରେ ସେମାନଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ବର୍ତ୍ତମାନ ପାଇଁ ହସ୍ପିଟାଲରେ ନୂଆ ରୋଗୀଙ୍କ ଆଡମିସନକୁ ବନ୍ଦ କରିଦିଆଯାଇଛି। ଏବେ କେବଳ ଓପିଡିରେ ପରୀକ୍ଷା ହେବ। ଏହାପରେ ଯେଉଁମାନେ ଗୁରୁତର ଥିବେ କେବଳ ସେହିମାନଙ୍କୁ ଆଡମିସନ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Comment