ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜୁଲାଇ ମାସ ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର
  • ୧୦ଟି ଜିଲ୍ଲା ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍‌
  • ରାତି କର୍ଫ୍ୟୁ କୋହଳ
  • ରାତି ୯ଟାରୁ ସକାଳ ୫ଟା କର୍ଫ୍ୟୁ

ଅନଲକ୍‌-୨ ପ୍ରକ୍ରିୟାରେ ଜୁଲାଇ ମାସ ପାଇଁ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏଣିକି ଜୁଲାଇ ମାସରେ ୧୦ଟି ଜିଲ୍ଲା ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍‌ ରହିବ। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଏବଂ ଝାରସୁଗୁଡ଼ା। ଏହି ଜିଲ୍ଲାରେ ୫୦ ଜଣ ସକ୍ରିୟ ଆକ୍ରାନ୍ତ ଥିବାରୁ ଏହି କଟକଣା ଜାରି କରାଯାଇଛି।

ଏହି ୧୦ ଜିଲ୍ଲାକୁ ଜୋନ୍‌-୧ରେ ସାମିଲ କରାଯାଇଛି। ଅନ୍ୟ ୨୦ ଜିଲ୍ଲାକୁ ଜୋନ୍‌-୨ରେ ସାମିଲ କରାଯାଇଛି।

ସଟ୍‌ଡାଉନ୍‌ ବେଳେ ଜରୁରୀସେବା ଜାରି ରହିବ। ମେଡିକାଲ କର୍ମଚାର, ପେଟ୍ରୋଲ ଟାଙ୍କି, ସରକାରୀ ଓ ଘରୋଇ ଅଫିସର କର୍ମଚାରୀମାନେ ଯିବା ଆସିବା କରିପାରିବେ। ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆ କଟକଣାମୁକ୍ତ ରହିବ। ଔଷଧ ଦୋକାନ ମାଲିକ, କର୍ମଚାରୀ ମଧ୍ୟ ଯାଇ ଆସି ପାରିବେ। ଏହାସହ ଜରୁରୀସେବାରେ ଯେଉଁମାନେ ସାମିଲ ସେମାନେ କଟକଣାମୁକ୍ତ ରହିବେ।

ସେହିପରି ରାତି କର୍ଫ୍ୟୁରେ କୋହଳ କରାଯାଇଛି। ପୂର୍ବରୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁଥିଲା। ଏବେ ରାତି ୯ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ ହେବ। ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ଅଗଷ୍ଟ ୩୧ ଯାଏ ବନ୍ଦ ରହିବ।

Comment