ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରରୁ ଚିହ୍ନଟ ହେଲେ ୭ ନୂଆ କରୋନା ପଜିଟିଭ୍। ଏହି ଆକ୍ରାନ୍ତଙ୍କ ଭିତରୁ ୬ ଜଣ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ବୁଧବାର କଟକରୁ ଆଉ ୭ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୬ ଜଣ ଏହି କ୍ୟାନସର ହସ୍ପିଟାଲର ଲିଙ୍କ୍ ବୋଲି ଜଣାପଡ଼ିଛି। ଏଥିସହ ମହାନଦୀ ବିହାରର ଜଣେ ମହିଳା ମଧ୍ୟ ପଜଟିଭ ଥିବା ଜଣାପଡ଼ିଛି।

ଏହା ପୂର୍ବରୁ କଟକର ଆଚାର୍ଯ୍ୟ ହରିହର ହସ୍ପିଟାଲରୁ ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯାହା ଭିତରେ ହସ୍ପିଟାଲ କର୍ମଚାରୀଙ୍କ ସହ ଆଟେଣ୍ଡାଣ୍ଟ ଓ ଆହାର କେନ୍ଦ୍ରର କର୍ମଚାରୀ ମଧ୍ୟ ସାମିଲ ଥିଲେ। ବର୍ତ୍ତମାନ ସେହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ କଟକ ସହରର ମୋଟ ପଜିଟିଭ୍ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୨ ଜଣ ସୁସ୍ଥ ହୋଇଥିବାବେଳେ ୨ ଜଣ ପ୍ରାଣ ହରାଇଛନ୍ତି। ଏବେ ବି କଟକ ସହରରେ ୨୨ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସିଏମସି ସୂଚନା ଦେଇଛି।

Comment