ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାରେ ପ୍ରାଣ ହରାଇଲେ ଆଉ ୨ ଆକ୍ରାନ୍ତ। ଏଥିସହ ରାଜ୍ୟର ସମୁଦାୟ ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ପ୍ରାଣ ହରାଇଥିବା ଏହି ଦୁଇ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କର ବୟସ ଯଥାକ୍ରମେ ୬୬ ବର୍ଷ ଓ ୪୦ ବର୍ଷ ବୋଲି କୁହାଯାଇଛି। ତେବେ ସେମାନଙ୍କ ଭିତରୁ ଜଣେ ଡାଇବେଟିସରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି ସୂଚନା ମିଳିଛି।

ଏହାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରୁ କରୋନା ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୫, କଟକରୁ ୪, ପୁରୀରୁ ୧, ବରଗଡ଼ରୁ ୧ ଓ ଅନୁଗୁଳରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment