ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼: କରୋନା ମହାମାରୀ ପ୍ରଭାବରେ ଶ୍ରମିକଙ୍କ ଜୀବନ ଜୀବିକା କ୍ଷତିଗ୍ରସ୍ତ ହୋଇଛି। ତେଣୁ ଶ୍ରମିକମାନଙ୍କ ପାଇଁ ନୂତନ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠାମୂଳକ କର୍ମନିଯୁକ୍ତି ସୃଷ୍ଟି ଓ ଦାଦନ ବ୍ୟବସ୍ଥାକୁ ବନ୍ଦ କରିବା ସିଆଇଟିୟୁ ସମେତ କେତେକ କେନ୍ଦ୍ରୀୟ ସଂଗଠନ ଦାବି କରିଛନ୍ତି।

ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ନୟାଗଡ଼ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଏଥିରେ ଶ୍ରମିକ କର୍ମ ନିର୍ଘଣ୍ଟର ପୁନର୍ବିଚାର, ମଜୁରି ବୃଦ୍ଧି ଏବଂ ଶ୍ରମିକ ପରିବାରକୁ କରୋନା ସହାୟତା ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି।

ବିଶେଷକରି ଅଚଳ ଅବସ୍ଥାରେ ପଡ଼ିଥିବା ନୟାଗଡ଼ ଚିନି କଳ ଚାଲୁ କରିବା ଦାବିପତ୍ରରେ ଦୃଷ୍ଟି ଆକର୍ଷଣ କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ବିଶ୍ୱନାଥ ମହାପାତ୍ର, ଅମୀୟ ପଟ୍ଟନାୟକ, ଶେଖ୍ ଅବଦୁଲ କରିମ୍ ମିଳିତ ଭାବେ ଦାବିପତ୍ର ପ୍ରଦାନ କରିଥିଲେ।

Comment