ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଏଯାଏଁ ସମଗ୍ର ବିଶ୍ୱରେ କୋଟିଏ ଲୋକଙ୍କୁ କବଳିତ କରିସାରିଲାଣି। ଏହି ମହାମାରୀ ଯୋଗୁଁ ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। କରୋନା ମହାମାରୀକୁ କାବୁ କରିବା ପାଇଁ ଭାରତ ସମେତ ବହୁ ଦେଶ ଟୀକା ଉଦ୍ଭାବନ କାମରେ ଲାଗିଛନ୍ତି। ଏଥିରେ ସବା ଆଗରେ ଅଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ। ତେବେ ଏହି ବିଶ୍ୱବିଦ୍ୟାଳୟର ଏପିଡେମୋଲଜି ବିଭାଗର ପ୍ରଫେସର ସୁନେତ୍ରା ଗୁପ୍ତା କରୋନାକୁ ନେଇ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଯାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ।

ତାଙ୍କ କହିବା ଅନୁଯାୟୀ କରୋନା ପାଇଁ  ଲକଡ଼ାଉନ ବିଶେଷ କାମ ଦେବ ନାହିଁ। ଏହି ଭିନ୍ନ ମତ ଯୋଗୁଁ କେହି କେହି ତାଙ୍କୁ ‘ପ୍ରଫେସର ରିଓପେନ’ ବୋଲି ମଧ୍ୟ କହୁଛନ୍ତି। ପ୍ରଫେସର ଗୁପ୍ତାଙ୍କ ମତ ହେଉଛି କରୋନା ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକଙ୍କୁ୍ ଲକଡ଼ାଉନ ଭିତରେ ରଖିବା ଆଦୌ ସମାଧାନ ନୁହେଁ।ସେ କହିଛନ୍ତି ଯେ ସାଧାରଣ ଓ ସୁସ୍ଥ ଲୋକ ଯେଉଁମାନଙ୍କ ବୟସ ବେଶୀ ହୋଇନି ,ଦୁର୍ବଳ ନୁହନ୍ତି,କିମ୍ବା କୌଣସି ଲମ୍ବା ବେମାରୀ ଭୋଗୁନାହାନ୍ତି ତାଙ୍କୁ କରୋନା ଟୀକା ଦରକାର ପଡିବ ନାହିଁ। ସୁସ୍ଥ ସବଳ ଲୋକଙ୍କ ପାଇଁ କରୋନା ସାଧାରଣ ଜ୍ୱର ଛଡା ଅନ୍ୟ କିଛି ନୁହେଁ ବୋଲି ତାଙ୍କ ମତ।

ପ୍ରଫେସର ଗୁପ୍ତା କହିଛନ୍ତି ଯେ ଯେତେବେଳେ ଟୀକା ଆସିବ ତାହା ପ୍ରକୃତରେ ଦୁର୍ବଳ ଓ ବୟସ୍କ ଲୋକଙ୍କ କାମରେ ଆସିବ। ସେ ଏକଥା ମଧ୍ୟ କହିଛନ୍ତି ଯେ କରୋନା ଭୂତାଣୁକୁ ଡ଼ରିବାର କୌଣସି କାରଣ ନାହିଁ। ତାଙ୍କ କହିବା  କଥା ଯେ କରୋନା ପ୍ରାକୃତିକ ଉପାୟରେ ଶେଷ ହେବ ଓ ଇଂଫ୍ଲୁଏଞ୍ଜା ଭଳି ଜୀବନର ଅଂଶ ବିଶେଷ ଭାବରେ ରହିବ। ସେ ଆହୁରି କହିଛନ୍ତି ଇଂଫ୍ଲୁଏଞ୍ଜା ତୁଳନାରେ କରୋନାରେ ବେଶୀ ଲୋକ ମରିବା ଦେଖା ଯାଉନାହିଁ।corona-3ତାଙ୍କ ମତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଏକ ଭଲ ପଦକ୍ଷେପ ହୋଇପାରେ। କିନ୍ତୁ ବିନା ଔଷଧ ଓ ଟୀକାରେ ଲମ୍ବା ସମୟ ଧରି ଏହାକୁ ରୋକି ହେବ ନାହିଁ। ସେ କହିଛନ୍ତି ଯେ କିଛି ଦେଶରେ ପୁଣି ଥରେ କରୋନା ଆସିଛି। ଏହାର କାରଣ ପ୍ରଥମ ଥର ବ୍ୟାପିଥିବା ସଂକ୍ରମଣ। ପ୍ରଫେସର ଗୁପ୍ତାଙ୍କ ଯୁକ୍ତି ହେଉଛି ଲକଡାଉନ ପାଇଁ କିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମି ଯାଇଥିଲା।କିନ୍ତୁ ଏହା ଏବେ ବଢ଼ୁଥିବା ଦେଖାଯାଉଛି।

Comment