ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ୪ କର୍ମଚାରୀ କରୋନା ପଜିଟିଭ୍। ପୂର୍ବରୁ ପଜିଟିଭ୍ ଥିବା ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ଏହି କର୍ମଚାରୀମାନେ ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

କିଛି ଦିନ ତଳେ ଭିସୁଟର ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନାରେ ପ୍ରାଣ ହରାଇଥିଲେ। ଏହାପରେ ଅଧ୍ୟାପିକା ଜଣକ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଏହାପରେ ୬୦ ଜଣ ଭିସୁଟ କର୍ମଚାରୀଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା। ଯାହା ମଧ୍ୟରୁ ୪ ଜଣ ପଜିଟିଭ୍ ଥିବା ଜଣାପଡ଼ିଛି।

ଅନ୍ୟପଟେ କରୋନ ପଜିଟିଭ୍ ଚିହ୍ନଟ ହେବା ପରେ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଭିସୁଟକୁ ସଟଡାଉନ୍ ଘୋଷଣା କରାଯାଇଛି। ଏଥିସହ ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଏହାପୂର୍ବରୁ ଭିସୁଟକୁ ୩ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଥିଲା। ହେଲେ ଏବେ ଏହାକୁ ୧୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି।

Comment